Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ୍‌ : ୩ ଡକାୟତ ଗିରଫ, ୧୮ଟି ଚୋରା ବାଇକ୍‌ ଜବତ

29/04/2021 at 6:26 PM

କଟକ ୨୯/୦୪ : ଚାଉଳିଆଗଞ୍ଜ ଥାନା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ୩ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ଚୋରା ବାଇକ୍ ଜବତ କରିଛି ପୋଲିସ । କଟକର ଶିଶୁ ଭବନ, ଏସ ସି ବି ମେଡିକାଲ ଓ କୋର୍ଟ ନିକଟରୁ ରିତିମତ ଲୁଟ କରୁଥିଲେ ଏହି ଲୁ​‌​‌ଟେରା ଗ୍ୟାଙ୍ଗ । ଆଉ ଲୁଟେରା ଙ୍କ ପସନ୍ଦ ରେ ଥିଲା ଗ୍ଲାମର ଗାଡି ।

ଆପଣ ହିରୋ ହୋଣ୍ଡା ଗ୍ଲାମର ଗାଡି ଚଢୁଛନ୍ତି କି ହୋଇ ଯାଆନ୍ତୁ ସାବଧାନ । କାରଣ ଲୁଟେରାଙ୍କ ଟାର୍ଗେଟରେ ଏବେ ଗ୍ଲାମର ଗାଡି । ଏଭଳି ତିନି ଜଣିଆ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି ଚାଉଳିଆଗଞ୍ଜ ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୮ ଟି ବାଇକ ଜବତ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୩ଟି ଗ୍ଲାମର ଗାଡି ଥିବା କହିଛନ୍ତି ଡିସିପି । ହିରୋ ହୋଣ୍ଡା ଗ୍ଲାମର ଗାଡି ଖୋଲିବା ରେ ସହଜ ହେଉଥିବାରୁ ଗ୍ଲାମର ଗାଡି କୁ ଲୁଟେରା ମାନେ ଟାର୍ଗେଟ କରୁଥିବା ଡିସିପି ପ୍ରତୀକ ସିଂହ କହିଛନ୍ତି ।

ଲୁଟେରାମାନେ ଖାସକରି କଟକ ଏସ ସି ବି ମେଡିକାଲ, ଶିଶୁଭବନ ଓ କୋର୍ଟ ଅଞ୍ଚଳରୁ ଚୋରି କରୁଥିଲେ । ଏହି ଅଞ୍ଚଳ ରେ ଲୋକ ଭିଡ ରହୁଥିବା ସହ କାର୍ଯ୍ୟବ୍ୟସ୍ତ ରହୁଥିବାରୁ ଏହାର ସୁଯୋଗ ନେଇ ଏହି ଲୁଟେରା ମାନେ ଲୁଟ କରୁଥିଲେ । ତେବେ ଗତକାଲି ଓଏମପି ଛକରେ ଗାଡି ଯାଞ୍ଚ ବେଳେ ଚୋରା ବାଇକ ନେଇ ଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଖୋଲିଥିଲା ବାଇକ ଲୁଟେରା ଗ୍ୟାଙ୍ଗର ରହସ୍ୟ । ଗିରଫ ଅଭିଯୁକ୍ତ ମାନେ କଟକ ରୁ ବାଇକ ଚୋରି କରିବା ପରେ ଗ୍ରାମାଞ୍ଚଳରେ କମ ରେଟ ରେ ବିକ୍ରି କରୁଥିବା କହିଛନ୍ତି ଡିସିପି ପ୍ରତୀକ ସିଂହ ।

   Related Posts