ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିଲା କଟକ ପୋଲିସ, ଗିରଫ ହେଲା ମୋଷ୍ଟ ୱାଣ୍ଟେଡ ସୁପାରି କିଲର ବବ୍ଲୁ : ବାଇକ କେମିତି ଲୁଟୁଥିଲେ ଦେଖନ୍ତୁ ସିସିଟିଭି ଭିଡିଓ

Published By : Prameya-News7 Bureau | November 22, 2018 IST

କଟକ ୨୨|୧୧: କଟକ ବାଦାମବାଡି ପୁଲିସ ହାତରେ ଲାଗିଛନ୍ତି ବାଇକ୍ ଲୁଟେରା ଗ୍ୟାଙ୍ଗ । ପୁଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୬ଟି ଦାମୀ ଗାଡିକୁ ଜବତ କରିଛି….ଲୁଟେରା ଗ୍ୟାଙ୍ଗ କଟକ, ଭୁବନେଶ୍ବର, ପୁରୀରେ ବେଶ ସକ୍ରିୟ ଭାବେ ଗାଡି ଲୁଟ୍‌ କରୁଥିଲେ…..ଏହି ଗ୍ୟାଙ୍ଗରେ ପୁରୀ ପୁଲିସର ମୋଷ୍ଟ ଓ୍ବାଣ୍ଡେଡ୍ ତଥା ସୁପାରୀ କିଲର୍ ବବ୍‌ଲୁ ଲାଗିଛି ପୁଲିସ ଜାଲରେ….ବବ୍‌ଲୁ ତାର ସହଯୋଗୀଙ୍କୁ ନେଇ ବିଭିନ୍ନ ଅଞ୍ଚଳରୁ ସ୍ପିଡ୍ ବାଇକ୍ ଲୁଟ୍ କରି ଅପରାଧ ଘଟାଇ ଫେରାର୍ ହୋଇଯାଉଥିଲା….ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରିଛି ପୁଲିସ ସିସି ଟିଭିରେ କଏଦ୍ ହେଲା ଗାଡି ଚୋରିର ଭିଜୁଆଲ୍….ରାତି ପାଖାପାଖି ୨ ଟା ସମୟରେ ମୁହଁକୁ ଘୋଡାଇ ଗାଡିର ଚାବି ଖୋଲି ଗଡାଇ ଗଡାଇ ନେଉଛି ଗିରଫ ହୋଇଥିବା ଗ୍ୟାଙ୍ଗର ସଦସ୍ୟ….ଲୋକଙ୍କୁ ଚକ୍‌ମା ଦେବା ପାଇଁ ରାତି ଅଧରେ ଏହି ଗ୍ୟାଙ୍ଗ ବିଭିନ୍ନ ନାମୀ ଦାମୀ ଗାଡି ଲୁଟ୍‌ କରିଥାନ୍ତି….ବାଦାମବାଡି ଥାନା ପୁଲିସ ବାଇକ୍ ଲୁଟେରା ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରିବା ସହ ୧୬ଟି ଦାମୀ ଗାଡିକୁ ଜବତ କରିଛି…. ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଲା ପୁରୀ ଅଞ୍ଚଳର ବବ୍‌ଲୁ…..ପୁରୀ ପୁଲିସର ମୋଷ୍ଟ ଓ୍ବାଣ୍ଟେଣ୍ଡ୍‌ ତଥା ସୁପାରୀ କିଲର୍ ପାଲଟିଥିବା ବବ୍‌ଲୁ ଏବେ ପୁରୀ ଛାଡି ଟାର୍ଗେଟ୍‌ କରିଛି କଟକ ଓ ଭୁବନେଶ୍ବରକୁ..ନିଜର ସଦସ୍ୟଙ୍କୁ ନେଇ କଟକ, ଭୁବନେଶ୍ବରରୁ ଦାମୀ ବୁଲେଟ୍ ସହ ଲୁଟ୍ କରୁଥିଲେ ସ୍ପିଡ୍‌ ବାଇକ୍‌କୁ ।ତେବେ ସ୍ପିଡ୍‌ ବାଇକ୍‌ ଦ୍ବାରା ଅପରାଧ ଘଟାଇ ଫେରାର୍‌ ହେବାରେ ସୁବିଧା ହେଉଥିବାରୁ ଏହି ଗ୍ୟାଙ୍ଗର ଟାର୍ଗେଟ୍‌ରେ ଥିଲା ସ୍ପିଡ୍‌ ବାଇକ୍….ତେବେ ପୁଲିସ ଜବତ କରିଥିବା ବାଇକ୍‌ଗୁଡିକ ମଧ୍ୟରୁ ପ୍ରାୟ ୧୨ଟି ବାଇକ୍ କିଣା ହେବାର ଦୁଇ ତିନି ମଧ୍ୟରେ ଲୁଟ୍ କରିନେଇଥିଲେ ଗ୍ୟାଙ୍ଗ । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.