କଟକ ପୋଲିସର ନିଦ ହଜାଇ ଦେଇଥିବା ୪ କୁଖ୍ୟାତ ଲୁଟେରା ଧରାହେଲେ - ଲୁଟେରାଙ୍କ ମଧ୍ୟରେ ଅଛନ୍ତି ବିଜେପିର ଯୁବନେତା ରାଜ କିରଣ ଶାହା

Published By : Prameya-News7 Bureau | October 24, 2019 IST

କଟକ ୨୪।୧୦ - କଟକ ସ୍ପେଶାଲସ୍କ୍ବାର୍ଡ ହାତରେ ଲାଗିଛି କୁଖ୍ୟାତ ଲୁଟେରା ଗ୍ୟାଙ୍ଗ।୪ ଲୁଟେରା ଙ୍କ ମଧ୍ୟରେ ରହିଛନ୍ତି କଟକର ବିଜେପି ଯୁବ ନେତା ରାଜ କିରଣ ଶାହା।. ଅଭିଯୁକ୍ତ ଙ୍କ  ୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ଜଗତପୁର ଥାନା ପୋଲିସ।ବିଭିନ୍ନ ଜାତୀୟ ରାଜ ପଥରେ ନିଛାଟିଆ ସ୍ଥାନେ ଦେଖି ମହିଳା ମାନଙ୍କୁ ଟାର୍ଗେଟ କରି ଏହି ଗ୍ୟାଙ୍ଗ କରିଥାନ୍ତି ଲୁଟ ପାଟ।.ସବୁଠାରୁ ବଡ କଥା ଏମାନେ ଲୁଟ କରିବା ପରେ ପାଟିରେ ସୁନା ପୁରାଇ ସ୍ପିଡ ବାଇକରେ ସେହି ସ୍ଥାନରୁ ଚମ୍ପଟ ମାରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।.

{"id":174307}

କଟକ ସ୍ପେଶଆଲ ସ୍କ୍ବାର୍ଡ ପଞ୍ଝାରେ ବିଜେପି ଯୁବନେତା।କୁଖ୍ୟାତ ଲୁଟେରା ବାବୁନା ଆଣ୍ଡ କୋ ଗ୍ୟାଙ୍ଗର ସକ୍ରିୟ ସଦ୍ୟ ହେଉଛି ବିଜେପି ଯୁବ ନେତା ତଥା ବାଇମୁଣ୍ଡି ମଣ୍ଡଳ ସାଧାରଣ ସଂପାଦାକ ରାଜ କିରଣ ଶାହା । କଟକର ବିଭିନ୍ନ ରାଜରାସ୍ତାରୁ ଦିନ ହେଉ କି ରାତି ମହିଳା ହୁଅନ୍ତୁ ବା ଯୁବକଙ୍କୁ ଲୁଟ କରୁଥିବା ଗ୍ୟାଙ୍ଗକୁ ଗିରଫ କରିଛି ଜଗତପରୁ ଥାନା ପୋଲିସ।ପୋଲିସ ହାତରେ ଲାଗିଥିବା ବାବୁନା ଓରଫ ବଳାରାମ ସାହୁ କୁ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିବା ପରେ ପଦାକୁ ଆସିଛି ନେତା ଙ୍କ ଚେହେରା।ବାବୁନା ସମେତ ରାଜ କରିଣ ,ରଣଜିତ ମାଳିଆ,କେଶବ ସାମଲକୁ ମଧ୍ୟ ଗିରଫ କରିଛି ଜଗତପୁର ଥାନା ପୋଲି ଅଭିଯୁକ୍ତ ଠାରୁ ପୋଲିସ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ସେମେତ,ଏଟିଏମ କାର୍ଡ, ମୋବାଇଲ ଫୋନ ଓ ୪ ଟି ବାଇକ ଜବତ କରିଛି ପୋଲିସ।

{"id":174310}

ଗତ କିଛି ଦିନ ହେବ ଏହି ଗ୍ୟାଙ୍ଗ କଟକ ପୋଲିସର ନିଦ ହଜାଇ ଦେଇଥିବା ବେଳେ ଏବେ ଏହି ଗ୍ୟାଙ୍ଗକୁ ଗିରଫ କରିବା ପୋଲିସର ଏକ ବଡ ସଫଳତା।ଆସନ୍ତୁ ନଜର ପକାଇବା ଏହି ଗ୍ୟାଙ୍ଗ କିଭଳି କରିଥାନ୍ତି ଲୁଟ ପାଟ। ବାବୁନା ଓ କେଶବ ଉଭୟ ଏଖ ସ୍ପିଡ ବାଇକରେ ସହରର ତଥା ଜାତୀୟ ରାଜ ପଥରେ ମାରିଥାନ୍ତି ଚକର ଆଉ ନିଛାଟିଆ ସ୍ଥାନ ଦେଖି ମହିଳା ହେଉ ଅବା ପୁରୁଷ ଯାଉଥିବା ଗାଡିକୁ ପ୍ରଥମେ ଗୋଇଠା ମାରି ପକାଇବା ପରେ ସେ ପିନ୍ଧିଥିବା ସୁନାକୁ ଲୁଟ କରି ପାଟିରେ ପୁରାଇ ଅନ୍ତର୍ଦ୍ଧାନ ହେଇଯାଇଥାନ୍ତି।ଏହା ପରେ ସିଡିଏ ପିଏଚଡି ଅଫିସ ପମ୍ପ ଅପରେଟର ରଞିତ ମାଳିଆ ସାହଯ୍ୟରେ ବିଜେପି ନେତା କିରଣ ଶାହା ମାଧ୍ୟମରେ ହୋଇଥାଏ ବେପାର।ତେବେ ଏହି ଗ୍ୟଙ୍ଗ ନାମରେ ରହିଛି ପ୍ରାୟ ୩୦ ରୁ ଊର୍ଦ୍ଧ୍ୱ ମାମଲା।

{"id":174315}

ନିକଟରେ ଜଗତପୁର ଥାନା ଅଞ୍ଚଳରେ ହୋଇଥିବା ଏକ ଲୁଟର ସିସିଟିଭି ଫୁଟେଜ ଆଧାରରେ ସ୍ପେଶାଲ ସ୍କ୍ବାର୍ଡ ଓ ଜଗତପୁରଥାନା ପୋଲିସ ର ସ୍ପେଶାଲ ଟିମ ଏହି ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛନ୍ତି।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.