ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଗୁଳିମାଡ କଲେ ଲୁଟେରା, ଯୁବକ ଗୁରୁତର

Published By : Prameya-News7 Bureau | August 02, 2021 IST

ଭଦ୍ରକ ୦୨।୦୮: ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃର୍ବୃତ୍ତ। ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଛକରେ ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ଜଙ୍ଘ ଓ ପାଦରେ ଗୁଳି ବାଜିଛି। ଆହତ ଯୁବକ ହେଲେ ସୁରେଶ ମହାରଣା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଅବସ୍ଥାରେ  ଜଣେ ବ୍ୟକ୍ତି  ଭଦ୍ରକ ମେଡିକାଲରେ ଭର୍ତ୍ତି ଲୁଟେରାଙ୍କ ସହ ଧସ୍ତାଧସ୍ତି ସମୟରେ ଅନ୍ୟ ଜଣେ ଯୁବକ ମାନସ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଅଧିବାସୀ ଜଣେ ଲୁଟେରାକୁ କାବୁ କରି ପୁଲିସ ଜିମା ଦେଇ ଥିବା ବେଳେ ଅନ୍ୟ ଦୁଇ ଫେରାର ହୋଇ ଯାଇଛନ୍ତି।

ସୂଚନା ଅନୁଯାୟୀ ରାତି ପ୍ରାୟ ୯ଟା ବେଳେ ଦୋକାନ ବନ୍ଦ କରି ହରିପୁର ଗ୍ରାମର ଦାଦା ସୁରେଶ ଓ ପୁତୁରା ମାନସ ଘରକୁ ଫେରୁଥିବା ସମୟରେ ହରିପୁର ଛକ ନିକଟରେ ତିନି ଜଣ ଲୁଟେରା ବାଇକରେ ଆସି ସୁରେଶ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ସୁନା ଚେନ, ବ୍ରେସଲେଟ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଉଭୟ ଏଥିରେ ବାଧା ଦେବାରୁ ଲୁଟେରା ବନ୍ଧୁକରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଟି ଗୁଳି ସୁରେଶଙ୍କ ଜଙ୍ଘ ଓ ପାଦରେ ବାଜି ଥିଲା। ଏହି ସମୟରେ ଖବର ପାଇ ସ୍ଥାନୀୟ ଲୋକ ସେଠାରେ ପହଂଚି ଯିବାରୁ ଦୁଇ ଲୁଟେରା ଫେରାର ହୋଇ ଯାଇଥିଲେ। ଜଣେ ଲୁଟେରାକୁ କାବୁ କରି ସେମାନେ ପୁଲିସ ଜିମା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.