ରସୁଲଗଡ଼ କେନାଲ ବନ୍ଧରେ ମହିଳାଙ୍କ ବେକରୁ ସୁନାହାର ଛିଣ୍ଡାଇ ନେଇଯାଉଥିଲେ ଲୁଟେରା, ମାଡିବସି ନିସ୍ତୁକ ଛେଚିଲେ ଲୋକେ

Published By : Prameya-News7 Bureau | August 14, 2019 IST

ଭୁବନେଶ୍ବର୧୪|୮: ଲୁଟେରାକୁ ମାଡି ବସିଲେ ,  ନିସ୍ତୁକ ଛେଚିଲେ ଲୋକେ । ରାଜଧାନୀର ରସୁଲଗଡ଼ କେନାଲ ବନ୍ଧରେ ଏକ ଚେନା ଲୁଟ୍ ଉଦ୍ୟମ ବେଳେ ଏପରି ଘଟିଛି । ବାଇକ୍ ଆରୋହୀ ତିନି ଜଣ ଯୁବକ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଛିଡାଇ ନେଇ ଚମ୍ପଟ ମାରିବା ବେଳେ ସେମାନଙ୍କୁ ଗୋଡାଇ ଧରିଥିଲେ ମହିଳାଙ୍କ ପୁଅ । ତାପରେ ଘଟଣାସ୍ଥଳରେ ଜମାହୋଇଥିବା ଲୋକଙ୍କ ଠାରୁ ଦୁଇ ଲୁଟେରା ନିର୍ଘାତ ଛେଚା ଖାଇଛନ୍ତି । କିନ୍ତୁ ଜଣେ ଲୁଟେରା ଖସିଯାଇଛି । ତେବେ ଲୁଚେରାଙ୍କୁ ସାହସର ଧରି ଥିବାରୁ ମହିଳାଙ୍କ ପୁଅକୁ ସମସ୍ତେ କରିଛନ୍ତି ପ୍ରଶଂସା । 

{"id":144402}

ସ୍ପିଡ୍ ବାଇକ୍‌ ରେ ଆସିଲେ, କିନ୍ତୁ ଖସିପାରିଲାନି । ଲୁଟେରାଙ୍କୁ ନିର୍ଘାତ ଛେଚିଲେ ଲୋକେ । ରସୁଲଗଡ଼ କେନାଲ ବନ୍ଧରେ ବୁଧବାର  ଦିନ ୧୧ ଟା ବେଳେ ଘଟିଥିବା ଏହି ଘଟଣା ଆଲୋଚନାର ଖୋରାକ ହୋଇଛି । ପୁରୀଜିଲ୍ଲା କାକଟପୁର ଅଞ୍ଚଳର ଏକ ପରିବାର ରସୁଲଗଡ ଛକରେ ବସରୁ ଓହ୍ଲାଇ ଏକ ଅଟୋରେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଭାଗବତ ସନ୍ଧାନ ରାସ୍ତାରେ ଅଟୋ ପଛରୁ ଏକ ସ୍ପିଡ୍‌ ବାଇକ୍‌ରେ  ଆସି ତିନିଜଣ ଯୁବକ ହଠାତ୍ ଅଟୋ ଆରୋହୀ ମହିଳାଙ୍କ ବେକରୁ ସୁନା ଚେନ୍ ଛିଡାଇ ନେଇ ପଳାଇବାକୁ ଉଦ୍ୟମ କରିଥିଲେ ।

{"id":144403}

ତେବେ ସେହି ଅଟୋରେ ଥିବା ମହିଳାଙ୍କ ପୁଅ ଲୁଟେରାଙ୍କ ସ୍ପିଡ ବାଇକକୁ ଗୋଡାଇ ଗୋଡାଇ ପଛପଟୁ ଧରିବା ବେଳେ ଲୁଟେରା ମାନେ ଘୋସାଡି ହୋଇ ବାଇକରୁ ପଡିଯାଇଥିଲେ । ଏପଟେ ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଲୁଟେରାଙ୍କୁ ମାଡିବସିଥିଲେ । ଦୁଇଜଣ ଲୁଟେରାଙ୍କୁ ଲୋକେ କାବୁ କରିନେଇଥିଲା ବେଳେ , ତୃତୀୟ ଲୁଟେରା ଘଟଣା ସ୍ଥଳରୁ ଛୁ ମାରିଥିଲା । ଲୁଟେରାଙ୍କ ନିକଟରୁ ମହିଳାଙ୍କ ବେକରୁ ଲୁଟ ହାର ସହିତ ଆହୁରି କିଛି ସୁନା ଅଳଙ୍କାର ବି ବାହାରିଥିଲା । ଏହାପରେ ଲୋଲେ ଲୁଟେରାଙ୍କୁ ବେଶ୍ ଉତ୍ତମମଧ୍ୟମ ଦେବାପରେ ପୋଲିସ ଜିମା ଦେଇଥିଲେ ।

{"id":144404}

ପୋଲିସର କାର୍ଯ୍ୟାନୁଷ୍ଠାନ, ପାଟ୍ରୋଲିଂ ପରେ ବି ଥମୁନି ଲୁଟ୍ ରାହାଜାନୀ । ଗତ  ପ୍ରାୟ ମାସେ ମଧ୍ୟରେ ମଞ୍ଚେଶ୍ବର ଥାନା ଅଧିନରେ ସିରିଜ ଲୁଟ ଘଟଣା ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା । କମିସନରେଟ ପୋଲିସ ଏହା ଭିତରେ ତିନିଟି ଲୁଟେରା ଗ୍ୟାଙ୍ଗର ୧୪ଜଣ ସଦସ୍ୟଙ୍କୁ ଗିରଫ କରିସାରିଛି । ପାଞ୍ଚଜଣ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ । ତଥାପି ଲୁଟେରାଙ୍କ ଦୌରାତ୍ମ୍ୟରେ ବ୍ରେକ୍ ନଲାଗିବା ଲୋକଙ୍କୁ ଆତଙ୍କିତ କରିଛି ।

{"id":144405}

ଗତ କିଛିଦିନ ତଳେ ଏକ କେଟିଏମ ସ୍ପିଡ ବାଇକ ଆରୋହୀ  ଲୁଟେରା ପୁରୀ କେନାଲ ରାସ୍ତାରେ ଏକ ପୁରୁଣା ଗାଡି ଶୋରୁମ ମାଲିକଙ୍କୁ ଆକ୍ରମଣ କରି ଲୁଟପାଟ କରିଥିଲେ ।ମଙ୍ଗଳବାର ଦିନ ମଧ୍ୟ ଏହି ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଚିଣ୍ଡାଇନେଇଥିଲେ । ତେଣୁ ଆଜି ଗିରଫ ଲୁଟେରାଙ୍କର ସେଥି ସହ ସଂପୃକ୍ତି ଥିବା ସନ୍ଦେହରେ ସେମାନଙ୍କୁ ଜେରା କରୁଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.