SBI ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବିଫଳ, ସିସିଟିଭି ଭାଙ୍ଗିଦେଲେ ଲୁଟେରା

Published By : Prameya-News7 Bureau | September 11, 2021 IST

ସୋର ୧୧।୯: ଏସବିଆଇ ଏଟିଏମ୍ ରୁ ଲୁଟ୍ ଉଦ୍ୟମ ବିଫଳ । ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ରୁ ଲୁଟ୍ ଉଦ୍ୟମ ହୋଇଛି । ଶୁକ୍ରବାର ରାତିରେ ଲୁଟେରାମାନେ ଲୁଟ୍ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି ।

{"id":509659,"width":754,"height":415,"sizeSlug":"full","linkDestination":"none"}

ଲୁଟେରାମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ସହିତ ଏଟିଏମ୍ ମେସିନର କିବୋର୍ଡକୁ ଭାଙ୍ଗିଦେଇଛନ୍ତି । ତେବେ ଏଟିଏମରୁ ଟଙ୍କା ଲୁଟିବାରେ ବିଫଳ ହୋଇଛନ୍ତି । ସୋର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ ଲୁଟେରାମାନଙ୍କ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.