ଗୁଳି ଆଉ ଏସିଡ ମାଡ କରି ଗହଣା ଦୋକାନରୁ ଲୁଟ୍ ଉଦ୍ୟମ: ଲୁଟେରାଙ୍କୁ ନିର୍ଧୁମ ଛେଚିଲେ ଲୋକେ
8/11/2019 at 3:22 PM

ବେତନଟୀ ୮।୧୧: ଗହଣା ଲୁଟ୍ କରି ଫେରାର ବେଳେ ଧରା ପଡିଲେ ଲୁଟେରା । ଦିନ ଦ୍ବିପ୍ରହରରେ ଗୁଳି ଆଉ ଏସିଡ ମାଡ କରି ଗହଣା ଦୋକାନରୁ ଗହଣା ଲୁଟି ନେଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ଧରି ନିର୍ଧୁମ ଛେଚିଛନ୍ତି । ସହ ପୋଲିସ ଜିମା ଦେଇଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଗହଣା ଦୋକାନରେ। ତେବେ ଦୁର୍ବୃତ୍ତମାନେ ଲୁଟ କରି ଫେରାର ହେଉଥିବା ବେଳେ ଦୁର୍ବୃତ୍ତମାନଙ୍କୁ ସ୍ଥାନୀୟ ଲୋକ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ତିନି ଦୁର୍ବୃତ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
Related Posts
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021
ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17 January 2021
ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
17 January 2021