ରାଜଧାନୀରେ ପୁଣି କଳା ପଲସର ଆତଙ୍କ: ରାତି ନୁହେଁ ଏବେ ଭୋର ସମୟରେ କରୁଛନ୍ତି ଆଟାକ୍

Published By : Prameya-News7 Bureau | June 26, 2019 IST

ଭୁବନେଶ୍ବର୨୬|୬: ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ବୁଧବାର ଭୋରୁ ଭୋରୁ କାରଗିଲ ରାସ୍ତାରେ ଜଣେ ମହିଳା ଓ ତାଙ୍କା ସମ୍ପର୍କୀୟଙ୍କ ଉପରେ ହୋଇଛି ଆକ୍ରମଣ । ଲୁଟେରା ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା ଓ ମୋବାଇଲ ଲୁଟି ନେଇଛନ୍ତି ।

ଦେଖନ୍ତୁ ଏ ସିସିଟିଭି ଦୃଶ୍ୟକୁ । ଏକ ସ୍କୁଟି ଦୃତ ଗତିରେ ଆସି ଦୁର୍ଘଟଣାର ଶିକାର ହେଉଛି । ଆଉ କିଛି ମୁହୂର୍ତ୍ତରେ ଏକ କଳା ପଲସରରେ ତିନି ଜଣ ଆସି ସ୍କୁଟିରେ ଥିବା ମହିଳା ଓ ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟପାଟ୍ କରୁଛନ୍ତି । ଗୁରୁତର ଅବସ୍ଥାରେ ଆହତ ସ୍କୁଟି ଚାଳକ ସୁଭଦ୍ରା ପାତ୍ର ଓ ତାଙ୍କ ଦୋକାନରେ କାର୍ଯ୍ୟ କରୁଥିବା ଦିବେଶ ସାହୁଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ସୁଭଦ୍ରା ପିନ୍ଧିଥିବା ସୁନା ଅଳଙ୍କାର ଓ ମୋବାଇଲ ସହିତ ଦିବେM ତାଙ୍କ ବ୍ୟାଗରେ ରଖିଥିବା ୮୦ ହଜାର ଟଙ୍କା ଲୁଟେରା ଲୁଟିନେଇଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି କମିସନରେଟ ପୋଲିସ ତଦନ୍ତ ଚଳାଇଛି ।  

ଦିବେଶଙ୍କ ବୟାନ ଅନୁଯାଇ ସେ ତାଙ୍କ ମାଲିକଙ୍କୁ ଆଣିବା ପାଇଁ ପୋଖରୀପୁଟ ଷ୍ଟେସନ ଅଭିମୁଖେ ଯାଉଥିଲେ। ତେବେ ସାଙ୍ଗରେ କାହିଁକି ୮୦ ହଜାର ଟଙ୍କା ନେଇଥିଲେ ସେନେଇ ପୋଲିସ ତଦନ୍ତ କରୁଛି ।

ରାଜଧାନୀରେ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୁଟ୍‌ ପାଇଁ ସେମାନେ ଯାତ୍ରୀ ଏବଂ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି । ୧୦ ଦିନ ମଧ୍ୟରେ ଏମିତି ୨୦ ରୁ ଅଧିକ ଘଟଣା ଘଟିଗଲାଣି, ଯାହା ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି ।

{"id":127468}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.