Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଚୋରି କରିବାକୁ ଆସି ଖଣ୍ଡା ଚୋଟ ଖାଇଲେ ଚୋର, ସିସିଟିଭିରେ କଏଦ ହେଲା ଦୃଶ୍ୟ

9/06/2021 at 4:42 PM

ବାଲିପାଟଣା ୯।୬: ମଙ୍ଗଳବାର ବିଳମ୍ବିତ ରାତିରେ ଦୋକାନରୁ ଚୋରୀ କରୁଥିବା ବେଳେ ଖଣ୍ଡା ଚୋଟ ଖାଇଲେ ତିନି ଚୋର । ଏଭଳି ଘଟଣା ଘଟିଛି ବାଲିଅନ୍ତା ଟଙ୍କପାଣି ବ୍ରିଜ ନିକଟରେ । ଟଙ୍କପାଣି ବ୍ରିଜ ନିକଟରେ ଥିବା ଏକ ଷ୍ଟେସନାରୀ ଦୋକାନରୁ ତିନି ଜଣ ଚୋର ଚୋରୀ କରୁଥିବା ବେଳେ ଏପରି ଘଟଣା ଘଟିଛି । ଦୋକାନରେ ଲାଗିଥିବା CCTVରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ତିନି ଜଣ ଚୋର ଏକ ବାଇକରେ ଦୋକାନ ପାଖରେ ପହଞ୍ଚି ଦୋକାନର ତାଲା ଭାଙ୍ଗି ଭିତରେ ପଶିଥିଲେ । ଦୋକାନ ଟଙ୍କା ଡ୍ରରୁ ୮ ହଜାର ଟଙ୍କା ଏବଂ କିଛି ରୂପା ଅଳଙ୍କାର ନେଇଥିଲେ ଚୋର । ଏହି ସମୟରେ CCTVରେ ଲାଗିଥିବା ସାଇରନ୍ ବାଜିଥିଲା । ପାଖର ଏକ କ୍ୟାବିନରେ ଶୋଇଥିବା ଦୋକାନୀ ଜଣଙ୍କ ଜାଣି ପାରିଥିଲେ ଦୋକାନରେ ଚୋର ପଶିଛନ୍ତି । ଏକ ଖଣ୍ଡା ଆଣି ତିନି ଚୋରଙ୍କୁ ଆକ୍ରମଣ କରିଥିଲେ ଦୋକାନୀ । ଅତର୍କିତ ଆକ୍ରମଣରେ ତିନି ଚୋର ହଡବଡେଇ ଯିବା ସହ ଖଣ୍ଡା ଚୋଟରେ ଆହାତ ହୋଇ ତଳେ ପଡିଯାଇଥିଲେ । ଖଣ୍ଡା ଚୋଟ ଖାଇ ଘଟଣା ସ୍ଥଳରୁ ଦୌଡିଥିଲେ ତିନି ଚୋର । ମାତ୍ର ଗାଡ଼ି ଘଟଣାସ୍ଥଳରେ ପଡ଼ି ରହିଥିଲା ।

ଦୋକାନୀ ଜଣଙ୍କ ଏହି ସମୟରେ ପୋଲିସକୁ ଫୋନ୍ କରି ଅଭିଯୋଗ କରୁଥିବା ବେଳେ ପୁନର୍ବାର ଜଣେ ଚୋର ବାଇକ୍ ନେବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଦୋକାନୀ ଜଣଙ୍କ ପୁନର୍ବାର ଚୋରକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ବାଇକ୍ ନେଇ ତିନି ଚୋର ଚମ୍ପଟ ମାରିଥିଲେ ।

   Related Posts