ବ୍ରହ୍ମପୁରରେ ଲୁଟେରା ଆତଙ୍କ

Published By : Prameya-News7 Bureau | August 13, 2018 IST

ବ୍ରହ୍ମହପୁର ୧୩/୦୮ :- ସ୍ପଷ୍ଟ ଦିବାଲୋକ ହେଉ କି ରାତି, ଲୁଟେରାଙ୍କୁ କିଛି ବି ଫରକ ପଡୁନି । ଲୁଟ୍ ,ଛିନତାଇ ଲୁଟେରାଙ୍କ ଟାର୍ଗେଟ୍ । ନିକଟରେ ଜଣେ ମହିଳାଙ୍କଠୁ ବନ୍ଧୁକ ମୁନରେ ବିପୁଳ ଗହଣା ଲୁଟ । ଆଉ ଜଣେ ବ୍ୟକ୍ତିଙ୍କ ଠାରୁ ବିପୁଳ ଅର୍ଥ ଝାମ୍ପିନେଲେ ବାଇକ୍ ଆରୋହୀ ଲୁଟେରା । ଖୁବଶିଘ୍ର ଲୁଟେରାଙ୍କୁ ଧରାଯିବ କହି ପୋଲିସ ଅଧିକାରୀ ଆଶ୍ୱସନା ଦେଉଥଲେ ବି ସିଲ୍କ ସିଟିରେ ଏକ ଅସୁରକ୍ଷିତ ବାତାବରଣ ଅସ୍ତବ୍ୟସ୍ତ କଲାଣି । ସିଲ୍କ ସିଟିରେ ଲୁଟେରା ଆତଙ୍କ । ପ୍ରାତଃ ଭ୍ରମଣରେ ଯାଉଥିବା ମହିଳାଙ୍କଠାରୁ ୧୫ ଭରି ସୁନା ଗହଣା ଲୁଟ୍ ।ଦୁଇ ଦିନ ଆଗରୁ ଜଣେ ବ୍ୟକ୍ତିଙ୍କ ଠାରୁ ଝାମ୍ପି ନେଇଥିଲେ ୫ ଲକ୍ଷ । ରବିବାର ସକାଳେ ଲୁଟେରାଙ୍କ ଲୁଟ୍ ନେଇ ବ୍ରହ୍ମପୁର ସହରରେ ଆଲୋଡନ । ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟର ସୀତାଦେବୀ ଖାଡଙ୍ଗା ଛାତ୍ରୀନିବାସ ସମ୍ମୁଖରେହିଁ ସଂଯୁକ୍ତା ପାଢୀ ନାମ୍ନି ମହିଳାଙ୍କୁ ବେଶି ଚାଲାକିରେ ଲୁଟିଛନ୍ତି ଲୁଟେରା । ପ୍ରଥମେ ତାଙ୍କୁ ମହିଳାସୁନା ଗହଣା ସବୁକୁ ସୁରକ୍ଷିତ ଭାବେ ଏକାଠି ରଖିବାକୁ ପରାମର୍ଶ ଦେଇ ଗେଇଥିଲେ ଲୁଟାରା । ସଂଯୁକ୍ତା ତାହା ଶୁଣିବା ପରେ ଗହଣା ସବୁକୁ ଓହ୍ଲାଇ ଏକାଠି ରଖିବା ବେଳେ , ବନ୍ଧୁକ ଦେଖାଇ ତାହା ଝାମ୍ପି ନେଇଥିଲେ ଲୁଟେରା । ମହିଳାଙ୍କ ଅଭିଯୋଗ ଭିତ୍ତିରେ ଟାଉନଥାନା ପୋଲିସ ତାର ଛାନଭିନ୍ ଆରମ୍ଭ କରିଛି। ଲୁଟେରାଙ୍କୁ ଖୁବଶିଘ୍ର ଧରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍.ପି. ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.