ମାଛ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଟଙ୍କା ଓ ବାଇକ୍ ଲୁଟିନେଲେ ଲୁଟେରା

Published By : Prameya-News7 Bureau | October 25, 2021 IST

ସୋର ୨୫।୧୦: ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରି ବାଇକ୍ ଓ ଟଙ୍କା ଲୁଟି ନେଲେ ଲୁଟେରା ।  ବାଲେଶ୍ବର ଜିଲ୍ଲା ସୋର ଥାନା ଆରୁହାବାଡ ନିକଟରେ ପଛରୁ ଆକ୍ରମଣ କରି ଲୁଟିନେଲେ ଲୁଟେରା ।

ବାହାନଗା ବରିପଦା ପଞ୍ଚାୟତ ଗିଲିଗଢିଆ ସାହିର ଉପେନ୍ଦ୍ର ମଳିକ ପଢୁଆଁ ଅଞ୍ଚଳରୁ ମାଛ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ଆରୁହାବାଡ ଡିଫେନ୍ସ ପୋଲ ନିକଟରେ ୨ ଜଣ ଲୁଟେରା ଏକ ବାଇକ୍ ରେ ଆସି ଉପେନ୍ଦ୍ରଙ୍କୁ ପଛରୁ ଆକ୍ରମଣ କରିଥିଲେ । ଫଳରେ ଉପେନ୍ଦ୍ର ତଳେ ଧାନ କିଆରିରେ ପଡିଯାଇଥିଲେ । ଲୁଟେରାମାନେ ଉପେନ୍ଦ୍ରକୁ ଆକ୍ରମଣ କରି ତାଙ୍କ ନିକଟରେ ଥିବା ଟଙ୍କା ଓ ବାଇକ୍ ନେଇ ଫେରାର ହୋଇଯାଇଥିଲେ ।

ଉପେନ୍ଦ୍ର ସ୍ଥାନୀୟ ଲୋକଙ୍କ ସହାୟତାରେ ନିଜ ପରିବାର ଲୋକଙ୍କୁ ଖବର କରିବା ପରେ ପରିବାର ଲୋକ ୧୦୮ ଆମ୍ବୁଲାନ୍ସରେ ସୋର ଡାକ୍ତରଖାନାକୁ ଆଣି ଚିକିତ୍ସା କରିବା ପରେ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୋଲିସ ଘଟଣାର ଛାନ୍‌ଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.