ATM ଲୁଟ୍ ଉଦ୍ୟମ ପଣ୍ଡ, ଲୁଟେରାକୁ ଧରି ପୋଲିସ ଜିମାଦେଲେ ଲୋକେ

Published By : Prameya-News7 Bureau | November 30, 2020 IST

ଜି ଉଦୟଗିରି ୩୦।୧୧: ଏଟିଏମ ଲୁଟେରାକୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟଲୋକ । କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନାର ପାବୁରିଆଠାରେ ଏଭଳି ଘଟଣା ଘଟିଛି । ଏଟିଏମ ଲୁଟେରାକୁ ରବିବାର ରାତି ପ୍ରାୟ ୨ଟାରେ ଧରି ପୋଲିସ ଜିମା ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ ରାତି ପ୍ରାୟ ୨ଟା ସମୟରେ ପାବୁରିଆଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏଟିଏମରେ ସଟର ପକାଇ ଭିତରେ ଗ୍ୟାସ୍ କଟର ଧରି ଏଟିଏମ ଭାଙ୍ଗୁଥିବା ସମୟରେ ଏକ ଅଟୋ ଚାଳକ ହାବୁଡରେ ପଡିଯାଇଥିଲା । ଅଟୋ ଧରି ଜଣେ ସେହି ରାସ୍ତାରେ ଯାଉଥିବା ସମୟରେ ଶବ୍ଦ ଶୁଣି ଅନ୍ୟ ଲୋକଙ୍କୁ ଡାକି ଆଣିଥିଲେ । ସମସ୍ତେ ମିଶି ସଟର ଟେକି ଉକ୍ତ ଯୁବକକୁ ନିସ୍ତୁକ ମାଡ ମାରି ପୋଲିସକୁ ଖବର ଦେଇଥିଲେ । ସାରଙ୍ଗଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ନେଇଥିବାର ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.