କୋରାପୁଟ ଜିଲ୍ଲା ବୋରିଗୁମା ପୋଲିସ ଦ୍ବାରା ୪ ହାଇୱେ ଲୁଟେରା ଗିରଫ
22/05/2018 at 10:13 AM

କୋରାପୁଟ ଜିଲ୍ଲା ବୋରିଗୁମା ପୋଲିସ ଦ୍ବାରା ୪ ହାଇୱେ ଲୁଟେରା ଗିରଫ । ଅନ୍ୟ ୩ଜଣ ଲୁଟେରା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଜାତୀୟ ରାଜପଥ-୨୬ରୁ ଗିରଫ କରିଛି ପୋଲିସ । ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଗିରଫ କରିଛି ପୋଲିସ । ଜାତୀୟ ରାଜପଥରେ ମାରଣାସ୍ତ୍ର ଦେଖାଇ ଲୋକଙ୍କଠାରୁ ଏମାନେ ଲୁଟ୍ କରୁଥିଲେ । ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ଗୋଟିଏ ପିସ୍ତଲ, ୨ଟି ଗୁଳି ଓ ୨ଟି ଖଣ୍ଡା ଜବତ ହୋଇଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021