ଲିଫ୍ଟ ଦେବା ବାହାନାରେ ଟଙ୍କା ଲୁଟ୍ ଘଟଣା : ଲୁଟେରା ଗିରଫ

Published By : Prameya-News7 Bureau | December 30, 2020 IST

ଜୟପୁର ୩୦।୧୨: ବାଇକ୍‌ରେ ଲିଫ୍ଟ ଦେଇ ଅଧା ରାସ୍ତାରେ ହିତାଧିକାରୀଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଚମ୍ପଟ ମାରିଥିବା ଲୁଟେରା ଗିରଫ । ଗତ ୨୮ ତାରିଖ ଦିନ ବୋରିଗୁମ୍ମା ଥାନା ଅନ୍ତର୍ଗତ ହର୍ଦଲି ରାସ୍ତାରେ ଲୁଟ୍ କରିଥିଲେ ଲୁଟେରା । ଲୁଟ୍ ନେଇ ୨୯ ତାରିଖ ଦିନ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଲୁଟର ଶିକାର ହୋଇଥିବା କଦାଗୁଡା ଗ୍ରାମର ଅର୍ଜୁନ ଗୌଡ଼।

ଅଭିଯୋଗ ଅନୁଯାୟୀ ଅର୍ଜୁନ ଗୌଡ଼ ବୋରିଗୁମ୍ମା କିୟୋସ୍କ ବ୍ୟାଙ୍କରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ହଜାର ଟଙ୍କା ଉଠାଇ ବ୍ୟାଗରେ ଟଙ୍କା, ପାସବୁକ ଓ ଆଧାର କାର୍ଡ ଧରି ବୋରିଗୁମ୍ମାରୁ ନିଜ ଗାଁକୁ ଯିବା ପାଇଁ ଗାଡ଼ିକୁ ଅପେକ୍ଷା କରିଥିଲେ । ସେହି ସମୟରେ କଳା ବାଇକ୍ ରେ ଜଣେ ବ୍ୟକ୍ତି ଆସି ତାଙ୍କୁ ଲିଫ୍ଟ ଦେଇଥିଲେ । ବୋରିଗୁମ୍ମାଠାରୁ କଦଗୁଡା ଯିବା ସମୟରେ ଅଧା ରାସ୍ତାରେ ବାଇକ୍ ଅଟକାଇ ଅର୍ଜୁନଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ସେଠାରୁ ଦ୍ରୁତଗତିରେ ବୋରିଗୁମ୍ମା ଅଭିମୁଖେ ଚାଲିଯାଇଥିଲେ‌ । ଆଜି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସେହି ଲୁଟେରାକୁ ଚିହ୍ନଟ କରି ଗିରଫ କରାଯାଇଥିବା ପ୍ରେସମିଟ୍ ଯୋଗେ ସୂଚନା ଦେଇଛନ୍ତି । ଲୁଟେରା ଜଣକ ଘାଟୁଆଳ ଗୁଡା ଗ୍ରାମର ଲମ୍ବୋଦର ବିଶୋଇ ବୋଲି ଜଣାପଡିଥିବା ବେଳେ ଲୁଟରେ ବ୍ୟବହୃତ ବାଇକ୍ ଜବତ ହୋଇଥିବାବେଳେ ଲୁଟ୍ ହୋଇଥିବା ସମସ୍ତ ଡକୁମେଣ୍ଟ ଏବଂ ସମସ୍ତ ଟଙ୍କା ମଧ୍ୟ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.