କଲେଜ ଛାତ୍ରୀଙ୍କଠାରୁ ଲୁଟ୍ କରୁଥିଲେ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

Published By : Prameya-News7 Bureau | January 30, 2021 IST

ଭଦ୍ରକ ୩୦।୧: ବିଭିନ୍ନ ସମୟରେ କଲେଜ ଛାତ୍ରୀଙ୍କ ନିକଟରୁ ଛିନତାଇ କରିବା ସହ ବ୍ୟାଗ୍ ଲୁଟୁଥିବା ଲୁଟେରା ଗିରଫ । ଲୁଟେରାକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ରାହାଞ୍ଜ ନିକଟରୁ ଭାସ୍କର ମଲ୍ଲିକକୁ ଗିରଫ କରାଯାଇଛି ।  

ସୂଚନାଯୋଗ୍ୟ ଯେ, ଯୁବକ ଜଣକ କିଛି ଦିନ ତଳେ ଚରମ୍ପା ମହାବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ନିକଟରୁ ସାର୍ଟିଫିକେଟ୍ ଥିବା ବ୍ୟାଗ୍ ସହ ମୋବାଇଲ ଛିନତାଇ କରିଥିଲେ ।  ଛାତ୍ରୀଙ୍କ ଏତଲା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଲୁଟେରା ଜଣକ ସୋରୋ କଲେଜରେ ମଧ୍ୟ ଏକ ଛିନତାଇ କେସରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଦୁଇଟି ଘଟଣାରେ ଲୁଟ୍ ହୋଇଥିବା ମୋବାଇଲ ଫୋନ୍ ଓ ଏକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ସାର୍ଟିଫିକେଟ ଜବତ କରିଛି । ଅଭିଯୁକ୍ତ ଭାସ୍କର ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ସ୍ଵୀକାର କରିଥିବା ସୂଚନା ମିଳିଛି ।

ପୋଲିସର ସୂଚନା ଅନୁଯାୟୀ ପୂର୍ବରୁ ଛିନତାଇ ଘଟଣାର ଅଭିଯୁକ୍ତ ଭାସ୍କର ତାର ନିଜ ସ୍ତ୍ରୀକୁ ମହାନଦୀକୁ ଠେଲି ମାରିଦେଇ ଥିବାରୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ପାଇଥିବା ସୂଚନା ଦେଇଛି ପୋଲିସ । ପୁନର୍ବାର ଏପରି ହିଂସାତ୍ମକ କାର୍ଯ୍ୟକଳାପ ତଥା ଅପରାଧିକ କାର୍ଯ୍ୟ ନିମନ୍ତେ ପୋଲିସ ରିମାଣ୍ଡରେ ନେଇ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.