ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | January 24, 2021 IST

ଟାଙ୍ଗୀ୨୪/୧: ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ। ମହିଳାଙ୍କୁଠାରୁ ସୁନା ଚେନ୍‌ ଲୁଟ୍ କରି ଫେରାର ବେଳେ ମାଡି ବସିଲେ ସ୍ଥାନୀୟ ଲୋକେ। ଏହାପରେ ଆରମ୍ଭ ହୋଇ ଗଲା ଗୋଇଠା ବିଧା। ଶେଷରେ ସବୁ ସତ କଥା ମାନି ଯାଇଥିଲେ ୨ ଲୁଟେରା। ଖୋର୍ଦ୍ଧା ବାଲୁାଗଁସ୍ଥିତ ଚିଲିକା ଢ଼ାବା ନିକଟରେ ଏହି ଘଟଣା ଘଟିଛି। ମହିଳାଙ୍କ ଜଣଙ୍କ ଯିବା ବେଳେ ୨ ଲୁଟେରା କଳା ପଲସର ଆସି ମହିଳାଙ୍କଠୁ ଲୁଟ୍ କରିଥିଲେ।

ଫେରାର ବେଳେ ବାଇକ୍‌ଟି ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକେ କାବୁ କରି ସେମାନଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ​ଏହା ମଧ୍ୟମରେ ଜଣେ ଲୁଟେରା ମାରଣାଅସ୍ତ୍ର ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବାଲୁଗାଁ ପୋଲିସ କାବୁ ଲୁଟେରାକୁ ଗିରଫ କରି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.