ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18/01/2021 at 10:38 PM

ବ୍ରହ୍ମପୁର୧୮/୧: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ଘଟଣାରେ ବ୍ରହ୍ମପୁର ପୋଲିସ ଜଣଙ୍କୁ ଗିରଫ କରିଛି। ଡିକି ଭାଙ୍ଗି ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିଲା। ଏ ନେଇ ପୋଲିସରେ ଅଭିଯୋଗ ମଧ୍ୟ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା। ଏହି ଲୁଟ୍ ଘଟଣାର ଅଭିଯୁକ୍ତ ବାସୁଦେବ ସ୍ବାଇଁକୁ ପୋଲିସ ଗିରଫ କରିଛି। ତାଠାରୁ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ପୋଲିସର ସୂଚନା ମୁତାବକ, ଗିରିସୋଳା ଆନ୍ଧ୍ର ବ୍ୟାଙ୍କ ଏଟିଏମ୍ କାଉଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ ଏହି ବ୍ୟକ୍ତି କାମ କରେ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021