ଲୁଟ୍‌ ବେଳେ ଧରିପକାଇଲେ ପୂର୍ବତନ ବ୍ୟାଙ୍କ ଅଧିକାରୀ, ୨ଲୁଟେରାଙ୍କୁ ନିର୍ଧୁମ୍ ଛେଚିଲେ ଲୋକେ

Published By : Prameya-News7 Bureau | November 30, 2021 IST

ବାଲିପାଟଣା, ୩୦/୧୧: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟିରେ ଲୁଟ୍ । ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୧ଲକ୍ଷ ୮୩ ଟଙ୍କା ଲୁଟି ନେଲେ ଲୁଟେରା । ଘଟଣା ସ୍ଥଳରେ ୨ ଲୁଟେରାଙ୍କୁ କାବୁ କରି ନିଧୁମ୍ ଛେଚିଲେ ଲୋକେ । ଲୋକଙ୍କ ମାଡରେ ୨ ଲୁଟେରା ଗୁରୁତର ହୋଇ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ୨ ଲୁଟେରା ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ନୂଆପାଟଣା ଗ୍ରାମର ଜଗନ୍ନାଥ ସାହୁ ଷ୍ଟେଟ୍‌ ବ୍ୟାଙ୍କରୁ ୨ ଲକ୍ଷଟଙ୍କା ଉଠାଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବାଳକାଟି ଅଟୋ ଷ୍ଟାଣ୍ଡ ନିକଟରେ ୪ ଜଣ ଲୁଟେରା ୨ଟି ମୋଟରସାଇକେଲରେ ଜଗନ୍ନାଥଙ୍କୁ ଅଟକାଇଥିଲେ । ୨ ଜଣ ଲୁଟେରା ମାରଣାସ୍ତ୍ର ଦେଖାଇ ଡିକିରୁ ୧ଲକ୍ଷ ୮୩ ହଜାର ଟଙ୍କା ଲୁଟି ନେଲେ । ୧୭ ହଜାର ଟଙ୍କା ଡିକିରେ ରହିଯାଇଥିଲା । ଜଗନ୍ନାଥ ଲୁଟେରାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ସହ ଲୁଟେରାଙ୍କ ବାଇକ୍ ତଳେ ପକାଇ ଦେଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ୨ ଲୁଟେରାଙ୍କୁ କାବୁ କରି ନିଧୁମ୍ ଛେଚି ଥିଲେ । ବାଲିଅନ୍ତା ପୋଲିସ୍ ଲୋକଙ୍କ କବଳରୁ ୨ ଲୁଟେରାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.