ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଟଙ୍କା ଲୁଟ୍ ଘଟଣା : ଲୁଟେରା ଗିରଫ, ୭୦ହଜାର ଟଙ୍କା ଜବତ

Published By : Prameya-News7 Bureau | November 04, 2020 IST

କରଞ୍ଜିଆ ୪।୧୧: କରଞ୍ଜିଆ ପୋଲିସକୁ ମିଳିଲା ସଫଳତା । ଲୁଟେରାକୁ ଧରିବା ସହ ୭୦ ହଜାର ଟଙ୍କା ଜବତ କରିଛି ପୋଲିସ ।

{"id":355977,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସ ୨୯ ତାରିଖ ଦିନ ଜଣେ ଅବସରପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ କରଞ୍ଜିଆ କଲେଜ ଛକ ନିକଟରେ ଲୁଟର ଶିକାର ହୋଇଥିଲେ । କରଞ୍ଜିଆ ଥାନାରେ ଅଭିଯୋଗ ପରେ ପୋଲିସ ତତ୍ପରତା ଦେଖାଇ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ମଙ୍ଗଳବାର ଯାଜପୁର ରୋଡ଼ରୁ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି ।

{"id":355978,"sizeSlug":"large"}

ଏହାସହ ୭୦ ହଜାର ଟଙ୍କା ଲୁଟେରା ନିକଟରୁ ଜବତ କରିଛି ବୋଲି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କରଞ୍ଜିଆ ଏସଡିପିଓ ସତ୍ୟବିକାଶ ଭୂୟାଁ । ଲୁଟେରା ଜଣକ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ବାପି ଦାସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.