Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ରକ୍ଷକ ସାଜିଲା ଭକ୍ଷକ: ଡ୍ୟୁଟି ବେଳେ ଲୁଟ୍ କରି ବନ୍ଧା ହେଲେ ୩ ହୋମଗାର୍ଡ

3/03/2021 at 9:11 PM

କଟକ ୦୩।୦୩: ରକ୍ଷକ ସାଜିଲେ ଭକ୍ଷକ। ଯେଉଁଠି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସେମାନଙ୍କ ଦାୟିତ୍ଵ, ସେଠି ଓଲଟା ଲୋକଙ୍କଠୁ ଲୁଟ୍‌ କରିଛନ୍ତି ହୋମଗାର୍ଡ।  ରାତିରେ ଡ୍ୟୁଟି କରିବା ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ୍ କରିବା ଅଭିଯୋଗରେ ତିନି ଜଣ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଦାମବାଡି ଥାନା ପୋଲିସ।

ଗତ ଦୁଇ ଦିନ ତଳେ ଜଣେ ବ୍ୟକ୍ତି ରାତିରେ ମେଡିକାଲ ଯାଉଥିବା ସମୟରେ କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଡ୍ୟୁଟି କରୁଥିବା ହୋମଗାର୍ଡ ଚନ୍ଦନ ପରିଡାଙ୍କ ସହ ପୁରୀଘାଟ ଥାନାର ଅନ୍ୟ ଦୁଇ ହୋମଗାର୍ଡ ସେହି ବ୍ୟକ୍ତି ଜଣଙ୍କୁ ଅଟକାଇଥିଲେ। କାହିଁକି ମାସ୍କ ପିନ୍ଧି ନ ବୋଲି ପଚାରିଥିଲେ। ପରେ ତାଙ୍କ ଠାରୁ ପାଞ୍ଚ ଶହ ଟଙ୍କା ନେଇଥିଲେ।

ହେଲେ ସେହି ବ୍ୟକ୍ତିଙ୍କ ପାଖରେ ଅଧିକ ଟଙ୍କା ଥିବା ଜାଣି ପାରି ତାଙ୍କ ଠାରୁ ୨୫ ହଜାର ଟଙ୍କା ଛଡାଇ ନେଇଥିଲେ। ତେବେ ସେହି ବ୍ୟକ୍ତି ଜଣଙ୍କ ଏ ନେଇ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ  ପୋଲିସ ତଦନ୍ତ କରି ହୋମଗାର୍ଡ ଚନ୍ଦନ ପରିଡା ସହ ଅନ୍ୟ ଦୁଇ ଅଭିଯୁକ୍ତ ହୋମଗାର୍ଡ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

   Related Posts