ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ୍
10/08/2019 at 2:53 PM

ଆସିକା୧୦|୮: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି। ବ୍ୟବସାୟୀଙ୍କଠାରୁ ୮ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅଞ୍ଚଳର ନିମିନା ଗାଁର ମିଠା ବ୍ୟବସାୟୀ ତିତିଲି ପାତ୍ର ମିଠା ନେଇ କବିସୂର୍ଯ୍ୟନଗର ଯାଉଥିଲେ। ସେହି ସମୟରେ ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ତାଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ନେବାକୁ ଉଦ୍ୟମ କରିଥିଲେ।
ସେ ବିରୋଧ କରିବାରୁ ଦୃର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇ ୮ ହଜାର ଟଙ୍କା ଲୁଟି ନେଇଯାଇଛନ୍ତି। ଲୁଟ୍ ଘଟଣା ନେଇ ତିତିଲି ପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଲୁଟେରାମାନଙ୍କର ଖୋଜ୍ ଖବର ମିଳି ନାହିଁ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021