Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ମାଲିକ ଘରେ ଚୋରି ଷଡଯନ୍ତ୍ର ରଚିଥିଲା ଚାକରାଣୀ: ପେଚକସରେ ଡରାଇ, ବନ୍ଧକ ରଖି ଲୁଟିନେଲେ ୨ କୋଟି ଟଙ୍କା ଓ ଗହଣା

6/11/2021 at 8:14 PM

ନୂଆଦିଲ୍ଲୀ ୦୬/୧୧ : ଦିଲ୍ଲୀ ପଶ୍ଚିମ ବିହାର ଇଷ୍ଟ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ପତ୍ନୀ ଓ ପରିବାରକୁ ବନ୍ଧକ ରଖି ୨ କୋଟି ଟଙ୍କା ଓ ୫୦ ଲକ୍ଷ ଟଙ୍କାର ଗହଣା ଲୁଟ ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ ଆରମ୍ଭ କରିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଚାକରାଣୀ ସହାୟତାରେ ଲୁଟେରା ବ୍ୟବସାୟୀଙ୍କ ଘରକୁ ପଶିଥିଲେ।

ସୂଚନା ଅନୁଯାୟୀ, ରବୀନ୍ଦ୍ର ସିଂହ ସପରିବାର ପଶ୍ଚିମ ବିହାରର ଶୁଭମ ଏନକ୍ଳେଭରେ ରୁହନ୍ତି। ମୁଣ୍ଡକା ଅଞ୍ଚଳରେ ତାଙ୍କର ଡୋର ଫିଟିଙ୍ଗ କାରଖାନା ଅଛି। କିଛି ଦିନ ପୂର୍ବରୁ ସେ ଏକ ପ୍ଲେସମେଣ୍ଟ ଏଜେନ୍ସି ଠାରୁ ମିନା ଏବଂ ହେମା ନାମକ ସହାୟିକାଙ୍କୁ କାମ କରିବାକୁ ରଖିଥିଲେ। ଦୁହେଁ ଗ୍ରାଉଣ୍ଡ ଫ୍ଲୋରରେ ଗୋଟିଏ କୋଠରୀରେ ରହୁଥିଲେ।

ନଭେମ୍ବର ୨ ତାରିଖରେ ରବୀନ୍ଦ୍ରଙ୍କ ସ୍ତ୍ରୀ ହରମିତ କୌର ଓ ତାଙ୍କ ପୁଅ କବିର ଘରେ ଥିଲେ। ଠିକ ଏତିକିବେଳେ ଜଣେ ଚାକରାଣୀ ଅଜଣା  ଲୋକଙ୍କୁ ଘରକୁ ଡାକିଥିଲା। ସେ ଲୋକ ହାତରେ ପେଚକସ ଥିଲା। ସେ ହରମିତ କୌରଙ୍କୁ ପେଚକସରେ ମାରିବାକୁ ଧମକ ଦେଇ ତାଙ୍କୁ କୋଠରୀ ଭିତରକୁ ନେଇଯାଇଥିଲା। ତାପରେ ଆଉ ଦୁଇ ଜଣ ଆସିଥିଲେ। ୩ ଜଣ ହରମିତ ଓ ତାଙ୍କ ପୁଅକୁ ବାନ୍ଧି ପକାଇଲେ। ଏତିକିବେଳେ ତାଙ୍କ ଭାଉଜ ଓ ଝିଆରୀ ମଧ୍ୟ ପଳେଇ ଆସିଥିଲେ। ଅପରାଧୀମାନେ ସେମାନଙ୍କୁ ମଧ୍ୟ ବନ୍ଧକ ରଖିଦେଲେ। ଅପରାଧୀ ଘରେ ରଖାଯାଇଥିବା ନଗଦ ୨ କୋଟି ଟଙ୍କା ଓ ୫୦ ଲକ୍ଷ ଟଙ୍କାର ଗହଣା ନେଇ ଚାଲିଗଲେ। ଅପରାଧୀମାନେ ଯିବାପରେ ହରମିତ କୌଣସି ପ୍ରକାରେ ନିଜକୁ ଖୋଲି ଅନ୍ୟମାନଙ୍କୁ ମଧ୍ୟ ମୁକ୍ତ କରିଥିଲେ ଓ ନିଜ ସ୍ୱାମୀ ଓ ପୋଲିସକୁ ସୂଚନା ଦେଇଥିଲେ।

   Related Posts