ଟୁର୍ଣ୍ଣାମେଣ୍ଟ ଖେଳି ଫେରୁଥିବାବେଳେ ୧୮ବର୍ଷରୁ କମ୍ କ୍ରିକେଟ ଟିମର ଖେଳାଳୀଙ୍କଠାରୁ ଟ୍ରେନରେ ଲୁଟ
19/11/2019 at 12:13 PM

ରାୟପୁର ୧୯/୧୧: ଛତିଶଗଡ଼ର ୧୮ବର୍ଷରୁ କମ୍ କ୍ରିକେଟ ଟିମର ଖେଳାଳୀମାନେ ଲୁଟର ଶିକାର ହୋଇଛନ୍ତି। ଘଟଣାଟି ଘଟିଛି ଗତକାଲି ବିଳମ୍ବିତ ରାତିରେ।
ସୂଚନା ଅନୁଯାୟୀ, କ୍ରିକେଟ ଖେଳାଳୀ ମହାସମୁନ୍ଦରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳି ବିଶାଖାପାଟଣା ପ୍ୟାସେଞ୍ଜରରୁ ଫେରୁଥିଲେ। ରାୟପୁରରୁ ପାଖାପାଖି ୩କିଲୋମିଟର ଦୂର ଆରବିଏଚ୍ କଲୋନୀରେ ଟ୍ରେନ୍ ସିଗନାଲ୍ ଅପେକ୍ଷାରେ ଛିଡ଼ା ହୋଇଥିଲା। ଆରବିଏଚ୍ କଲୋନୀ ପାଖରେ ପାଖାପାଖି ୪୫ମିନିଟ୍ ଛିଡ଼ା ହୋଇଥିବା ଟ୍ରେନରେ ୮-୧୦ଜଣ ଦୁର୍ବୃତ୍ତ ପଶି ଆସିଥିଲେ। ଏମାନଙ୍କ ମଧ୍ୟରୁ ୨ଜଣଙ୍କ ହାତରେ ବନ୍ଧୁକ ଥିବାବେଳେ ବାକି ସମସ୍ତଙ୍କ ପାଖରେ ଛୁରୀ ଏବଂ ବାଡ଼ି ଥିଲା।
ଏହି ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ର ଦେଖାଇ ଖେଳାଳୀଙ୍କଠୁ ଲୁଟ୍ କରିଥିଲେ। ଦୁର୍ବୃତ୍ତମାନେ ନାବାଳକଙ୍କୁ ଛୁରୀ ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଆହତ ଖେଳାଳୀଙ୍କୁ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଛି।