ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ : ଦେଖନ୍ତୁ ଭିଡିଓ
2/11/2019 at 4:37 PM

ବାଲିପାଟଣା ୨।୧୧: ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ଜଣେ ଠିକାଦାରଙ୍କ ଘରୁ ଚୋରୀ ଉଦ୍ୟମ କରୁଥିବା ବେଳେ ସିସିଟିଭିରେ କଏଦ ହୋଇଛି ଲୁଟ୍ର ଦୃଶ୍ୟ ।
ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ମିନିଟ୍ରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳର ଜଣେ ଠିକାଦାର ରମାକାନ୍ତ ପଣ୍ଡାଙ୍କ ଘରେ ଚୋରୀ କରିବା ପାଇଁ ପ୍ରବେଶ କରିଥିଲେ ଦୁଇ ଚୋର । ଘରେ ପ୍ରବେଶ କରିବା ପରେ ଚୋରୀ ଉଦ୍ୟମ କରିଥିଲେ । ମାତ୍ର ଚୋରୀ କରିବାରେ ବିଫଳ ହୋଇଥିଲେ । ଘରେ ପ୍ରବେଶ କରିବା ସମୟରେ ସିସିଟିଭିରେ କାଳେ ଭିଜୁଆଲ କଏଦ ହୋଇଯିବ ସେଥିପାଇଁ ମୁହଁରେ ଏକ କପଡା ବାନ୍ଧିଥିଲେ । ଏହାସହ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗିଦେଇଥିଲେ ଚୋର । ଚୋରୀ କରିବାରେ ବିଫଳ ହେବା ପରେ ଘରେ ଥିବା ଏକ ବାଇକକୁ ନେଇଯାଇଥିଲେ ।
ଏନେଇ ରମାକାନ୍ତ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହ ଖୁବ୍ ଶୀଘ୍ର ଚୋରୀ କରିଥିବା ୨ଜଣଙ୍କୁ ଗିରଫ କରାଯିବ ବୋଲି ବାଲିପାଟଣା ଥାନା ଅଧିକାରୀ କହିଛନ୍ତି । କିଛିଦିନ ତଳେ ରମାକାନ୍ତଙ୍କର ୧୨ଲକ୍ଷ ଟଙ୍କାର ଆଇରନ୍ ପାଇପକୁ ଝରକା ତାଡି ଲୁଟି ନେଇଥିଲେ ଚୋର ।