Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ପଲସରରେ ଆସିଲେ ଆଉ ଗନ ପଏଣ୍ଟରେ ଲୁଟିନେଲେ : ସିସିଟିଭିରେ ରହିଛି ଫୁଟେଜ୍, ହେଲେ ପୋଲିସ ପାଉନି ଟେର୍…

28/08/2019 at 6:21 PM

ଭୁବନେଶ୍ବର୨୮|୮; ପଲସର ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ। କିନ୍ତୁ ଅଭିଯୋଗର ୫ ଦିନ ପରେ ବି ଲୁଟେରାଙ୍କ ସୁରାକ ପାଉନି ପୋଲିସ । ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆରେ  ଘଟିଥିବା ଏହି ଲୁଟପାଟ ମାମାଲାରେ ପୋଲିସ ତଦନ୍ତ ଆଗୋଇ ନପାରିବା  ପୋଲିସର ପାରିବା ପଣିଆ ନେଇ ପ୍ରଶ୍ନ ଉଠାଇବା ସହ ସାଧାରଣରେ ସୁକ୍ଷିତତା ନେଇ ବି ଆଶଙ୍କା ଛିଡା କରିଛି ।

ଗନ ପଏଣ୍ଟରେ ଲୁଟ୍ । ପଲସରରେ ଆସିଲେ । ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ଟଙ୍କା ଓ ମୋବାଇଲ । ଦେଖନ୍ତୁ ଏହି ସିସି ଟିଭି ଫୁଟେଜ୍ । ଶନିବାର ରାତି ୧୦ ଟା ୩୬ ମିନିଟ୍ । ଖଣ୍ଡଗିରି ଆଇଗିଣିଆର ଏହି ବହି ଦୋକାନ ଆଗରେ ପହଞ୍ଚିଲେ  ପଲସରର ଆରୋହୀ ୩ ଲୁଟେରା ।

ଦୋକାନୀ କମଳଲୋଚନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ  ଦେଲେ ଧମକ । ତାପରେ ନେଇଗଲେ ଟଙ୍କା ସହ ମୋବାଇଲ। ପୁରା ଫିଲ୍ମି ଷ୍ଟାଇଲ୍‌ରେ ଲୁଟ୍। ଏ ନେଇ ଖଣ୍ଡଗିରି ଥାନାରେ ମାମଲା ଦାୟର ହୋଇଛି । ମାତ୍ର ଘଟଣା ଘଟିବାର ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ , ଲୁଟେରାଙ୍କ ପାଖରେ ପହଞ୍ଚିପାରିନି ପୋଲିସ ।

ସିସି ଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରହିଛି । ଲୁଟେରା ବ୍ୟବହାର କରିଥିବା ଗାଡ଼ିଟିକୁ ଠାବ କରିବାକୁ ଛାନଭିନ୍ ଜାରି ରଖିଛି ପୋଲିସ ଖୁବଶିଘ୍ର ଅପରାଧୀଙ୍କୁ କାବୁ କରାଯିବ ବୋଲି  କହିଛନ୍ତି ଭୁବନେଶ୍ୱର ଡିସିପି ।

ରାଜଧାନୀରେ ଦିନକୁ ଦିନ ବଢି ବଢି ଚାଲିଛି ଅପରାଧ । କମିଶନର ବଦଳିଲେ, ପୋଲିସ ସେବାରେ ସକ୍ରିୟତାକୁ ଗୁରୁତ୍ୱ ତଥାପି  ଅପରାଧିଙ୍କୁ ଅଙ୍କୁଶ ଲାଗିପାରୁନି । ଫଳରେ ସୁକ୍ଷା ବ୍ୟବସ୍ଥାକୁ ନେଇ ଉଠୁଛି ପ୍ରଶ୍ନ ।

   Related Posts