Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମଦ ପାଇଁ ଠେଲାପେଲା, ଧାଁ ଦଉଡ: ମଦ ଟ୍ରକ ଓଲଟିଲା, ପେଟି-ବୋତଲ ଯାହା ପାଇଲେ ବୋହି ନେଲେ ଲୋକେ

31/07/2020 at 4:32 PM

ଗୌହାଟୀ ୩୧।୦୭: ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମଦରେ ଭର୍ତ୍ତି ଏକ ଟ୍ରକ ଓଲଟି ପଡିଛି ଏବଂ ମଦ ନେବାକୁ ଲୋକଙ୍କ ମଧ୍ୟରେ ଧାଁ ଦଉଡ ଓ ଠେଲାପେଲା ଲାଗି ରହିଛି। ଯେମିତି ମଦୁଆଙ୍କ ପାଇଁ ଲଟେରୀ ଲାଗି ଯାଇଛି। ଲୋକେ ଟ୍ରକରେ ଏମିତି ଲୁଟ୍‌ କଲେ ଯେ, ସବୁ ମଦ ପେଟି ଘରକୁ ବୋହି ନେଇଗଲେ।

ଏହି ଘଟଣା ଆସାମର ସେପୋନ ଅଞ୍ଚଳରେ ଘଟିଛି। ଏହି ମାର୍ଗ ଦେଇ ଯାଉଥିବା ମଦ ଭର୍ତ୍ତି ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାର ସୂଚନା ମିଳିବା ମାତ୍ରେ ଲୋକ ଆଉ କାଳ ବିଳମ୍ବ ନକରି ଟ୍ରକରୁ ପେଟି ପେଟି ମଦ ବୋହିବାରେ ଲାଗି ପଡିଲେ।

ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ମଧ୍ୟ ଏଥିରେ ପଛରେ ପଡିନଥିଲେ। ବହୁ ସମୟ ଧରି ଟ୍ରକରୁ ମଦ ଲୁଟ୍ ଏହି ପରି ଜାରି ରହିଥିଲା। ମଦ୍ୟ ପାନ କରୁଥିବା ଲୋକଙ୍କ ପାଇଁ ଯେମିତି ଏହା ଏକ ଲଟେରୀ ଲାଗିଲା ଭଳି ହୋଇଛି। କେହି ସେପଟେ ପେଟି ଧରି ପଳାଉଥିବା ବେଳେ କେହି ଏପଟେ ପେଟ ଧରି ଫେରାର ମାରୁଥିଲେ।

ଏହି ସମୟରେ କିଛି ସ୍ଥାନୀୟ ଲୋକ ଥିଲେ ଯେଉଁମାନେ ଅନ୍ୟ କାମରେ ସେହି ରାସ୍ତା ଦେଇ ଯାତାୟାତ କରୁଥିଲେ। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ସଡକ କଡରେ ଟ୍ରକ ଓଲଟି ପଡିଛି। ଲୋକେ ଅନ୍ୟ ଜଣକୁ ପଛକୁ ଠେଲି ପେଲି ମଦ ପେଟି ବୋହିବାରେ ଆତୁର ଥିବା ଦେଖିବାକୁ ମିଳିଛି।

କିଛି ଲୋକ ଏହି ଘଟଣାର ଦୃଶ୍ୟ ନିଜ ମୋବାଇଲରେ କଏଦ କରିଛନ୍ତି ଏବଂ ଆଉ କିଛି ଭିଡିଓ ଭାଇରାଲ କରିଛନ୍ତି। ମଦ ଲୁଟ୍ ସରିବା ପରେ ଟ୍ରକ ସେଠାରେ ଏବେ ମଧ୍ୟ ପଡି ରହିଛି।  

   Related Posts