ନୂଆ କର୍ମଚାରୀ ଲୁଟିନଲା ୩୫ଲକ୍ଷ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Prameya-News7 Bureau | October 28, 2019 IST

ବଡବିଲ୨୮|୧୦: ବଡ଼ବିଲରେ  ଗୋଟିଏ ପରେ ଗୋଟିଏ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ଗତ କାଲି ଦୀପାବଳି ରାତିରେ ୟୁକୋ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍ ଉଦ୍ୟମ ସହରରେ ଚାଂଚଲ୍ୟ ସୃଷ୍ଟି କରିଥିବାବେଳେ, ଏବେ ଆଉ ଏକ ଲୁଟ୍ ଘଟଣା ପଦାକୁ ଆସିଛି । ସହରର ମୁଖ୍ୟ ରାସ୍ତା, ଉତ୍କଳ ଅଟୋମବାଇଲ୍ସ ନିକଟରେ ଥିବା କଳିଙ୍ଗ୍ ହାଡ଼ର୍ଓବେର୍ ଏଣ୍ଡ୍ କନଷ୍ଟ୍ରକ୍ସନରୁ ୩୫ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

{"id":176108}

ଶନିବାର-ରବିବାର(27 ତାରିଖ) ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ନେଇ ସଂସ୍ଥାର ମାଲିକ ସଂଜୟ ଅଗ୍ରୱାଲ୍ ଥାନାରେ ଅଭିଯୋଗ କରିଛନ୍ତି । ତବେ ସଂଜୟଙ୍କ ନିକଟରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ସଂସ୍ଥାର ଜଣେ କର୍ମଚାରୀ ଏହି ଲୁଟ୍ ଘଟଣାରେ ସଂପୃକ୍ତ ଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ଲୁଟ୍ ସମୟର ପୁରା ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ଯାହା ଆମର ହସ୍ତଗତ ହୋଇଛି ।

{"id":176109}

ଲୁଟ୍ କରିଥିବା ଏହି କର୍ମଚାରୀଙ୍କ ନାଁ ଅର୍ଜ୍ଜନ ରାମ୍ ଏବଂ ତାର ଘର ରାଂଚି ରୋଡରେ ବୋଲି କଲିଙ୍ଗ୍ ହାଡ଼ର୍ଓୱେର୍ ଏଣ୍ଡ୍ କନଷ୍ଟ୍ରକ୍ସନର ମାଲିକ ସଂଜୟ ଅଗ୍ରଓବାଲ୍ ସୂଚନା ଦେଇଛନ୍ତି । ତବେ ଅର୍ଜ୍ଜୁନ ରାମର କୌଣସି ପରିଚୟ ପତ୍ର କିମ୍ବା ସଂପୂର୍ଣ୍ଣ ଠିକଣା ତାଙ୍କ ନିକଟରେ ନାହିଁ । ସଂଜୟଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଅର୍ଜ୍ଜୁନ ଗତ ୨୩ତାରିଖରେ ତାଙ୍କ ନିକଟକୁ ଆସିଥିଲା । ବହୁ କାକୁତି ମିନତି ପରେ ସେ ତାଙ୍କୁ କାମରେ ରଖିଥିଲେ । ମାତ୍ର ୩ଦିନ ଭିତରେ ସବୁ କିଛି ପରଖିବା ପରେ ଅର୍ଜ୍ଜୁନ ତାଙ୍କ କ୍ୟାସ କାଉଣ୍ଟରରୁ ୩୫ଲକ୍ଷ ଟଙ୍କା ନେଇ ଛୁ ମାରିଛି । 

{"id":176110}

୨୭ ତାରିଖ ରାତିର ସିସିଟିଭି ଫୁଟେଜରେ ସବୁ କଏଦ ହୋଇଛି । ଲୁଟେରା କର୍ମଚାରୀ, କଲିଙ୍ଗ୍ ହାଡ଼ୱେର୍ ଏଣ୍ଡ୍ କନଷ୍ଟ୍ରକ୍ସନ ପରିସରରେ ପଶିବା ପରେ ଏକ ରଡ୍ ନେଇ ଏସି ଲାଗିଥିବା ଝରକାକୁ ଭାଙ୍ଗି ଭିତରେ ପଶିଥିବା ସିସିଟିଭିରୁ ଜଣାପଡୁଛି । ଭିତରେ ପଶିବା ପରେ କାଉଣ୍ଟରକୁ ଯାଇ ଆରମରେ ଚାବିକାଠି ବାହାର କରି ଡ୍ରୟରରେ ରଖାଯାଇଥିବା ଟଙ୍କା ସବୁ ସେ ଏକ ବ୍ୟାଗରେ ପୁରାଇଥିଲା । ବାଛି ବାଛି ବଡ଼ ନୋଟ୍ ସବୁ ପୁରାଇଥିଲା ଲୁଟେରା କର୍ମଚାରୀ । ବ୍ୟାଗ୍ ଭର୍ତି ହୋଇଯିବା ପରେ ପକେଟରେ ଟଙ୍କା ଭର୍ତି କରିଥିଲା ଲୁଟେରା । ପାଖାପାଖି ୧୫ ମିନିଟ୍ ଭିତରେ ୩୫ ଲକ୍ଷ ନେଇ ଛୁ ମାରିଛି ଏହି ଚତୁର ଲୁଟେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.