ଶିକ୍ଷକଙ୍କ ଘରେ କଳା କନା ବୁଲାଇଲେ ଳୁଟେରା: ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟ୍
30/11/2019 at 8:48 AM

ପାଟଣା ୩୦।୧୧ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗାଁର ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବିଲମ୍ବିତ ରାତିରେ ଖିରେଇଟାଙ୍ଗିରି ଗାଁର ଦୁଇ ଶିକ୍ଷକ ଜଗବନ୍ଧୁ ନାଏକ ଓ ନିତ୍ୟାନନ୍ଦ ମହାନ୍ତଙ୍କ ଘରର ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟିନେଇ ଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ଥାନା ପୋଲିସ ପହଞ୍ଚି ର ଛାନ୍ଭିନ୍ ଜାରି ରଖିଛି ।

ଏହି ଅଞ୍ଚଳରେ ବାରମ୍ବାର ଚୋରି ହୋଉଥିବା ବେଳେ ଲୁଟେରାଙ୍କ ଟାର୍ଗେଟ ଏବେ ଶିକ୍ଷକଙ୍କ ଘର ଗତ ଗୁରୁବାର ତୁରୁମୁଙ୍ଗା ଗ୍ରାମରେ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ବେଳେ ପୁଣି ଗତକାଲି ଖିରେଇଟାଙ୍ଗିରି ଗ୍ରାମର ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଓ ଜଗବନ୍ଧୁ ନାଏକ ଙ୍କ ଘରୁ ଲୁଟ ହୋଇଛି । ଅଞ୍ଚଳବାସୀ ଙ୍କ ମଧ୍ୟରେ ଭୟର ବାତାବର ସୃଷ୍ଟି ହୋଇଛି। ଖୁବ ଶୀଘ୍ର ଚୋରକୁ ଧରିବା ଓ ରାତିରେ ପୋଲିସ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।