ହାତଗୋଡ଼ ବାନ୍ଧି ଟଙ୍କା-ଅଳଙ୍କାର ଲୁଟି ନେଲେ ଲୁଟେରା
1/06/2020 at 10:57 AM

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା କୋଇଲିପୁର ଗାଁର ଡକାୟତି ହୋଇଛି । ଗାଁର ଫକୀର ଚରଣ ପ୍ରଧାନଙ୍କ ଘରେ ବିଳମ୍ଵିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ରାତିରେ ପରିବାର ଲୋକେ ଶୋଇଥିବା ବେଳେ ୭ରୁ୮ ଜଣ ଦୁର୍ବୃତ୍ତ ଝରକା ତାଡି ଘରେ ପଶିଯାଇଥିଲେ । ସେମାନେ ପରିବାର ଲୋକଙ୍କ ହାତ ଗୋଡ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ, ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଖବର ପାଇ ଘଟଣା ସ୍ଥଳରେ ରାଜନଗର ପୁଲିସ ପହଂଚିଛି। ଏପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ମିଳିନି କି ଲୁଟ ଜିନିଷ ଜବତ ହୋଇନି। ପୁଲିସର ତଦନ୍ତ ଜାରି ରହିଛି।