କଳା ପଲସର ଆତଙ୍କ, ଲୁଟି ନେଲେ ତିନି ଲକ୍ଷ କୋଡିଏ ହଜାର ଟଙ୍କା

Published By : Prameya-News7 Bureau | March 09, 2021 IST

ପାଟଣାଗଡ, ୦୯/୦୩: ପାଟଣାଗଡ଼ ମୁଖ୍ୟରାସ୍ତାରେ ଥିବା ଆକ୍ସିସ ବ୍ୟାଙ୍କ ନିକଟରେ ଏକ ଲୁଟ୍‌ ହୋଇଥିବା ସୂଚନା ମିଳିଛି । ଆଜି ଦିନ ୧୨ଟା ସମୟରେ କଳା ରଙ୍ଗର ପଲସରରେ ୨ଜଣ ଦୁର୍ବୃତ୍ତ ଆସି ଜଣେ ବ୍ୟକ୍ତିଙ୍କଠାରୁ ୩ଲକ୍ଷ ୨୦ହଜାର ଟଙ୍କା ଲୁଟି ନେଇଛନ୍ତି।

ଘଟଣା ଅନୁସାରେ, ଗମ୍ଭାରୀ ଗ୍ରାମର ଶ୍ରୀୟାବଲ୍ଲଭ ପାଣିଗ୍ରାହୀ ଟଙ୍କା ଉଠାଇବାକୁ ପାଟଣାଗଡ଼ ଆକ୍ସିସ୍‌ ବ୍ୟାଙ୍କକୁ ଯାଇଥିଲେ । ନିଜ ଆକାଉଣ୍ଟରୁ ୩ଲକ୍ଷ ୨୦ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରୁଥିବା ସମୟରେ ତାଙ୍କଠାରୁ ଦୁର୍ବୁତ୍ତ ଏହି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଶ୍ରୀ ପାଣିଗ୍ରାହୀ ତୁରେକେଲା ବ୍ଲକ ସ୍ଥିତ ହିଆଲ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଘଟଣା ଘଟିବା ପରେ ସେ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଦ୍ୱାରା ପେଟ୍ରୋଲିଂ ଠିକ୍‌ ଭାବରେ ହେଉନଥିବାରୁ ସହରରେ ଏପରି ଘଟଣା ବୃଦ୍ଧି ପାଉଛି । ତେଣୁ ପେଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.