Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ କରୋନା ସର୍ଭେ, ବିଶ୍ବାସ ଜନ୍ମାଇ ଦିନ ଦିପ୍ରହରରେ ଲୁଟିନେଲେ

18/05/2021 at 10:16 PM

ପଟ୍ଟାମୁଣ୍ଡାଇ, ୧୮/୫: ପୋଲିସ ଡାଳେଡାଳେ ଗଲେ ଲୁଟେରା ଏବେ ପତ୍ରେପତ୍ରେ ବୁଲିଲେଣି । ନୂଆ ନୂଆ ଢଙ୍ଗରେ ଏବେ ଲୁଟେରାମାନେ ଲୁଟ କରିବା ଆରମ୍ଭ କଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସର୍ଭେ କରିବାକୁ ପଠାଇଛନ୍ତି କହି ଘରଭିତରେ ବିଶ୍ବାସ ଜନ୍ମାଇ ପ୍ରବେଶ କଲେ । ଆଧାର କାର୍ଡ ମାଗିଲେ ।

ଘର ଲୋକଙ୍କ ହାବଭାବ ଠଉରାଇ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇ ଚାଲିଗଲେ ପୁଣି ଦିନ ୧୧ଟା ସମୟରେ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଘନ ଜନବସତି ଅଞ୍ଚଳ ମୂଳବସନ୍ତ ପଞ୍ଚାୟତ ନଶିପୁର ଗାଁରେ ଏକ ଘରୁ ସ୍ପଷ୍ଟ ଦିବାଲୋକରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସମେତ ମୂଲ୍ୟବାନ ସାମଗ୍ରୀ ଡକାୟତି ହୋଇଛି । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ନସିପୁର ଗାଁର କୁଳମଣି ରାଉତ ଓ ତାଙ୍କ ପୁଅ ଘରେ ନ ଥିବା ସମୟରେ ଦିନ ୧୧ ଟା ବେଳେ ୩ ରୁ ୫ ଜଣ ବ୍ୟକ୍ତି ଘରକୁ ଆସି କରୋନା ଯାଞ୍ଚ କରିବା ବାହାନାରେ ଘରକୁ ପଶିଥିଲେ ।

କୁଳମଣିଙ୍କ ପତ୍ନୀ ରଙ୍ଗଲତା ଓ ୩ବର୍ଷର ନାତୁଣୀ ଘରେ ଏକାକୀ ଥିବା ଜାଣି କରୋନା ଯାଞ୍ଚ କରିବାର ବାହାନାରେ କବାଟ ଖୋଲିବା ପାଇଁ କହିଥିଲେ । ରଙ୍ଗଲତା ଘର କବାଟ ଖୋଲିବା ମାତ୍ରେ ଲୁଟେରାମାନେ ଘରଭିତରକୁ ପସି ଆସିଥିଲେ । ଆଉ ଜଣେ ଲୁଟେରା ପଛ ପଟୁ ଆସି ତାଙ୍କୁ ଜୋରରେ ଧରିବା ସହ ମାରଣାସ୍ତ୍ର ଦେଖାଇ ଜୀବନରେ ମାରି ଦେବା ଧମକ ଦେବା ସହ ଘରର ଗୋଟିଏ କଣରେ ବସାଇ ରଖିଥିଲେ। ଏହା ପରେ ଘରକୁ ତନତନ କରି ଡକାୟତ ମାନେ ଖୋଜାଖୋଜି କରି ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଆଦି ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବାର କୁଳମଣି ପ୍ରକାଶ କରିଛନ୍ତି ।

ଖବର ପାଇ ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ ପୋଲିସ ସଦଳ ବଳ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି l ଗୋଟେପଟେ କରୋନା ସଂକ୍ରମଣ ଲାଗି ସରକାର ଓ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଦୁର୍ବୁତ୍ତଙ୍କ ଏହି ହାଇଟେକ ଅନ୍ଦାଜରେ ଚୋରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି l

   Related Posts