ବନ୍ଧୁକ ମୁନରେ ଲୁଟ୍, କାର୍ ଅଟକାଇ ମୋବାଇଲ୍ ଓ ମନିପର୍ସ ଛଡାଇ ନେଲେ ୬ ଦୁର୍ବୃତ୍ତ

Published By : Prameya-News7 Bureau | May 31, 2021 IST

ବାଲିପାଟଣା ।୫: ବାଲିପାଟଣା ଥାନା ବାଲିପାଟଣା-ନିମାପଡ଼ା ରାସ୍ତା ଆଇତଳଙ୍ଗଠାରେ କାର୍ ଅଟକାଇ ଲୁଟ୍ । ଘଟଣାସ୍ଥଳରେ କାର୍ ରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ବନ୍ଧୁକରେ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ଦୁର୍ବୃତ୍ତ । ତିନୋଟି ବାଇକ୍ ରେ ୬ ଜଣ ଲୁଟେରା ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

{"id":459412,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ଢେଙ୍କାନାଳ ସିମୁଳିଆ ଅଞ୍ଚଳର ସୁଶାନ୍ତ କୁମାର ସାହୁ କୌଣସି କାମରେ ନରୋଦା ଗ୍ରାମକୁ ଆସିଥିଲେ । ଫେରିବା ବାଟରେ ଆଇତଳଙ୍ଗ ଗ୍ରାମଠାରେ ୬ ଜଣ ଲୁଟେରା ସେମାନଙ୍କୁ ବନ୍ଧୁକ ଦେଖାଇ ସୁଶାନ୍ତଙ୍କୁ ଅଟକାଇଥିଲେ । ବନ୍ଧୁକରେ ସୁଶାନ୍ତଙ୍କ ମୁଣ୍ଡକୁ ଆଘାତ କରିଥିଲେ ଲୁଟେରା । ଏଥିରେ ସୁଶାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିଛି । ସୁଶାନ୍ତଙ୍କ ମୋବାଇଲ, ମନିପର୍ସ ଏବଂ ଏକ ବ୍ୟାଗ୍ ଲୁଟି ନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.