Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜଧାନୀରେ ଲୁଟେରା ରାଜ୍ : ପୋଲିସକୁ ଚାଲେଂଜ ଦେଇ ୨୪ଘଣ୍ଟାରେ ୬ ଛଅଟି ଅପରାଧ… ତାତିଲେ ଲୋକେ

31/07/2019 at 7:29 PM

ଭୁବନେଶ୍ବର୩୧|୭: ରାଜଧାନୀରେ ଲୁଟେରାରାଜ୍‌ । କମିଶନରେଟ୍‌ ପୋଲିସକୁ ଚାଲେଂଜ ଦେଇ ୨୪ଘଣ୍ଟାରେ ୬ ଛଅଟି ଅପରାଧ ଘଟାଇଛନ୍ତି ଦୁର୍ବୃତ୍ତ । କୋଉଠି ମାଉଜର ମୁନରେ ସୁନାଗହଣା ଲୁଟି ନେଇଛନ୍ତି ତ ଆଉ କୋଉଠି ମରଣାନ୍ତକ ଆକ୍ରମଣ କରି ଲୁଟ୍‌ କରିଛନ୍ତି ଲକ୍ଷାଧିକ ଟଙ୍କା । ରାଜଧାନୀରେ ଲୁଟେରାରାଜକୁ ନେଇ ତାତିଛନ୍ତି ଲୋକେ । ରାସ୍ତା ରୋକ କରିଛନ୍ତି । ଆଉ ଘଟଣାସ୍ଥଳରେ ପୋଲିସ କମିଶନର ଓ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ଶାନ୍ତ ପଡ଼ିଛି ପରିସ୍ଥିତି । ….ତେବେ ଚାଲନ୍ତୁ ଦେଖିବା କେମିତି ସାରା ରାଜଧାନୀକୁ ନିଜ କବ୍‌ଜାକୁ ନେଇଯାଇଥିଲେ ଲୁଟେରା ।

ମଙ୍ଗଳବାର ଭୋର୍‌ ୪ଟା । ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍‌ର ଶୁଭାରମ୍ଭ ହୋଇଥିଲା । ମଞ୍ଚେଶ୍ବର ଥାନା ଅଧୀନରେ ଥିବା ଆଦିମାତା କଲୋନୀରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଘରେ ପଶି ତାଙ୍କ ମୁଣ୍ଡରେ ଭୁଜାଲି ଲଗାଇ ଧମକ ଦେବା ସହ ଘର ଆଲମିରା ଖୋଲି ସୁନା ଗହଣା ଲୁଟି ନେଇଥିଲେ ।

ଏହାର ଘଣ୍ଟାକ ପରେ ଅର୍ଥାତ ଭୋର୍‌ ୫ଟା । ସେଇ ମଞ୍ଚେଶ୍ବର ଥାନା ଗାଡ଼କଣରେ ବ୍ଲାକ୍‌ ପଲସରରେ ବୁଲୁଥିବା ୩ଜଣ ଦୁର୍ବୃତ୍ତ ମାଉଜର ମୁନରେ ଦମ୍ପତ୍ତିଙ୍କ ଠାରୁ ଲୁଟି ନେଇଥିଲେ ସୁନା ଅଳଙ୍କାର, ଟଙ୍କା । ଏହା ପରେ ଦିନ ପ୍ରାୟ ସାଢ଼େ ଗୋଟାଏରେ ପୁରୀ ବାଇପାସ୍‌ରେ ଥିବା ମହିମା ମୋଟର୍ସର ମାଲିକ ତଥା ବିଲଡର ତାପସ ରଞ୍ଜନ ପରିଡ଼ାଙ୍କୁ ଗୁଳିମାଡ଼ କରି ୪ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ଏଥି ସହ ଗାଡ଼ି ସୋ’ରୁମକୁ ଆସିଥିବା ଗ୍ରାହକଙ୍କ ଠାରୁ ମଧ୍ୟ ୨ଲକ୍ଷ ଟଙ୍କା ଝାମ୍ପିନେଇଥିଲେ । ଠିକ୍‌ ସେଇ ସମୟରେ ସହିଦ ନଗର ହୋଟେଲ ଏମ୍ପାୟାର୍ସ ସାମ୍ନାରୁ ଏକ କାର କାଚ ଭାଙ୍ଗି ୫୦ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

 ଏହାର କିଛି ସମୟ ପରେ ଏୟାରଫିଲ୍ଡ ଥାନା ଅଂଚଳରୁ ଆସିଥିଲା ଆଉ ଏକ ଅପରାଧର ଖବର । ଥାନାର କିଛି ଦୂରରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ହାତିଆଶୁଣିର ଅଧୀନ ବରାଳ । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା ।

   Related Posts