ଦିନ ଦ୍ୱିପ୍ରହରରେ ରାଜଧାନୀରେ ଲୁଟ୍‌, କାର୍‌ କାଚ ଭାଙ୍ଗି ଲୁଟିନେଲେ ଟଙ୍କା

Published By : Prameya-News7 Bureau | March 03, 2021 IST

ଭୁବନେଶ୍ୱର, ୦୩/୦୩: ଦିନକୁ ଦିନ ରାଜଧାନୀ ଅଶାନ୍ତ ହୋଇପଡ଼ିଲାଣି । କେତେବେଳେ ସକାଳ ସମୟରେ ଲୁଟୁଛନ୍ତି ତ ଆଉ କେତେବେଳେ ଦିନ ଦ୍ୱିପ୍ରହରରେ ଲୁଟି ନେଉଛନ୍ତି । କିଛିଦିନ ହେବ ଏତି ରୁଟତରାଜ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ସାରିଲାଣି । ଆଜି ଅର୍ଥାତ ବୁଧବାର ସ୍ମାର୍ଟ ସିଟିରେ ଜଣେ ମହିଳାଙ୍କୁ ଠାରୁ ଦିନ ଦ୍ୱିପ୍ରହରରେ ଲୁଟ୍‌ ହୋଇଥିବା ଖବର ମିଳିଛି ।

ଘଟଣା ଅନୁସାରେ,  ଶ୍ରୀୟା ସିନେମା ହଲ ଛକରେ ଜଣେ ମହିଳା ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ଉଠାଇ ସେହି ଛକ ପାଖରେ ଥିବା ଅନ୍ୟ ଏକ ବ୍ୟଙ୍କକୁ ଯାଇଥିଲେ । ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ସେ ନିଜ କାର ଭିତରେ ରଖିଦେଇ ଯାଇଥିଲେ ।

ତେବେ କିଛି ଦୃର୍ବୁତ୍ତ କାରର କାଚ ଭାଙ୍ଗି ଏହି ଟଙ୍କାକୁ ଲୁଟି ନେଇଥିଲେ । ମହିଳା ବ୍ୟାଙ୍କରୁ ଫେରିବା ପରେ କାର୍‌ କାଚ ଭଙ୍ଗା ଯାଇଥିବା ଦେଖିଥିଲେ ଏବଂ ଟଙ୍କା ଲୁଟ୍‌ ହୋଇଥିବାରୁ ଆଖପାଖ ଲୋକଙ୍କୁ ଡାକିଥିଲେ । ହେଲେ ଲୁଟେରା ଫେରାର୍‌ ହୋଇଯାଇଥିଲେ । ତେବେ ଉକ୍ତ ମହିଳା ଏନେଇ ପୋଲିସ୍‌ରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.