Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବ୍ୟାଙ୍କ୍‌କୁ ଗ୍ରାହକ ବେଶରେ ଆସିଲେ, କ୍ୟାସ୍‌ କାଉଣ୍ଟରରେ ପଶିଲେ, ଫିଲ୍ମ ଷ୍ଟାଇଲ୍‌ରେ ଲୁଟିଲେ

14/07/2021 at 5:20 PM

ପଲ୍‌ବଲ୍, ୧୪/୦୭: ହରିୟାଣା ଅନ୍ତର୍ଗତ ପଲ୍‌ବଲ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦିନ ଦ୍ୱିପ୍ରହରରେ ଚାଞ୍ଚଲ୍ୟକର ଭାବେ ଫିଲ୍ମ ଷ୍ଟାଇଲ୍‌ରେ ଲୁଟେରାମାନେ ବ୍ୟାଙ୍କ୍‌ରୁ ଲୁଟ୍‌ କରିଛନ୍ତି । ସହର ମଝିରେ ଥିବା ଆକ୍ସିସ୍‌ ବ୍ୟଙ୍କ୍‌ରୁ ଲୁଟେରା ଲୁଟ୍‌ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଲୁଟେରା ପ୍ରଥମେ ବ୍ୟଙ୍କ ଭିତରକୁ ଅସ୍ତ୍ରଶସ୍ତ୍ର ନେଇ ପଶିଥିଲେ । ବ୍ୟାଙ୍କ୍‌ ଭିତରେ ଥିବା ଅଧିକାରୀ ଏବଂ ଗ୍ରାହାକଙ୍କୁ ଭୟଭୀତ କରାଇ ପାଖାପାଖି ୫୦ରୁ ୬୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଲୁଟ୍‌ ଖବର ପାଇବା ପରେ ପୋଲିସ୍‌ ସହରର ଚାରିପାଖେ ନାକାବନ୍ଦୀ କରି ଚେକିଂ ଚଳାଇଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରି ନାହିଁ । ବ୍ୟାଙ୍କ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ପୋଲିସ୍‌ ଲୋଟେରାଙ୍କୁ ଧରିବାକୁ ଚେଷ୍ଟା କରୁଛି ।

ପୋଲିସ୍‌ ମୁତାବକ, ସହରାଞ୍ଚଳ ଥାନା ଅନ୍ତର୍ଗତ ଆକ୍ସିସ୍‌ ବ୍ୟଙ୍କ୍‌ ଶାଖାରେ ବୁଧବାର କିଛି ଲୁଟେରା ପଶିଥିଲେ । ସେମାନେ ଆଣିଥିବା ଅସ୍ତ୍ରଶସ୍ତ୍ର ଦେଖାଇ ଗ୍ରାହାକଙ୍କୁ ଗୋଟିଏ କୋଣରେ ବସାଇ ଦେଇଥିଲେ । ଏହାପରେ ଫିଲ୍ମ ଷ୍ଟାଇଲ୍‌ରେ ବ୍ୟାଙ୍କ ଆଧିକାରୀଙ୍କୁ ଧମକାଇ କ୍ୟାସ୍‌ କାଉଣ୍ଟର୍‌ରେ ପ୍ରବେଶ କରିଥିଲେ । ସେଠାରୁ ଟଙ୍କା ବ୍ୟାଗ୍‌ରେ ପୁରାଇ ଚମ୍ପଟ ମାରିଥିଲେ ।

ଲୁଟେରା ଯିବା ତତ୍‌କ୍ଷଣାତ୍‌ ପୋଲିସକୁ ସୂଚନା ଦେଇଥିଲେ ବ୍ୟାଙ୍କ ମାନେଜର୍‌ । ପରେ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଲୁଟେରା କାଉଣ୍ଟରରୁ ପାଖାପାଖି ୫୦ରୁ ୬୦ ଲକ୍ଷ ନେଇଥିବା ଅନୁମାନ କରାଯାଉଥିବା ବେଳେ ବଳକା ଟଙ୍କା ଗଣାସରିଲେ ନିର୍ଦ୍ଧିଷ୍ଟ ଲୁଟ୍‌ ଟଙ୍କା ଜଣାପଡ଼ିବ ବୋଲି ପୋଲିସ୍‌ କହିଛି ।

   Related Posts