ପ୍ରଥମେ କାର୍‌ ଲୁଟ୍‌ ପରେ ଏଟିଏମ୍‌ ଗାଡ଼ି ସହ ଦେଢ଼ କୋଟି ଲୁଟ୍‌, ହେଲେ ସଫଳ ହୋଇପାରିଲେନି ଲୁଟେରା...

Published By : Prameya-News7 Bureau | October 12, 2021 IST

ଆଠଗଡ଼, ୧୨/୧୦: ଗତକାଲି ଆଠଗଡ଼ ଅଞ୍ଚଳରେ ATM ଗାଡି ସହ ଟଙ୍କା ଲୁଟ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଆଜି ଆଠଗଡ଼ sdpoଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି  ୩ଜଣ ଲୁଟେରାଙ୍କ ସହ ୪ଟି ବନ୍ଧୁକ( ଗୋଟେ ଖେଳନା ବନ୍ଧୁକ ), ଖଣ୍ଡା ୨ଟି , କଟୁରୀ ୧ଟା  ଗନମ୍ୟାନର ବନ୍ଧୁକ ସହ ୧କୋଟି ୫ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ଦେଇଛନ୍ତି । ଲୁଟ ଘଟଣାରେ ଆଠଗଡ ସହ ଢେଙ୍କାନାଳ ସଦର ପୋଲିସ ଲୁଟେରା ଧରିବାରେ ସକ୍ଷମ ହୋଇଥିବା ସହ ଏହି ୩ ଜଣ ଚୋରଙ୍କ ନାମରେ ବିଭିନ୍ନ ଥାନାରେ ୧୫ରୁ ଉର୍ଦ୍ଧ୍ୱ ମାମଲା ରହିଛି।

{"id":526240,"sizeSlug":"full","linkDestination":"none"}

ଲୁଟେରା ୩ ଜଣଙ୍କୁ ପୋଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି । ଘଟଣାରେ ଲୁଟେରା ବ୍ୟବହୃତ କରିଥିବା କାରକୁ ଜବତ କରିଥିବା ବେଳେ ଏହି କାରଟି  ସେପ୍ଟେମ୍ବର ୨୪ ତାରିଖରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ବାଳି ଠାରୁ ଲୁଟ ହୋଇଥିଲା ।  ଢେଙ୍କାନାଳରୁ ଭୂବନେଶ୍ବର ଭଡା ସୁତ୍ରରେ ୨ଜଣ ଗାଡି ନେଇ ଯାଉଥିବାବେଳେ ବାଳି ନିକଟରେ ଡ୍ରାଇଭରକୁ ଭୁଜାଲି ଦେଖାଇ ଲୁଟ୍ କରିଥିଲେ । ଗିରଫ ହୋଇଥିବା ୩ଜଣ ମଧ୍ୟରୁ ଜଣେ କାର ଲୁଟ୍ ମାମଲାରେ ସଂପୃକ୍ତି ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.