ଖଣ୍ଡା ଓ ବନ୍ଧୁକ ଦେଖାଇ ଲୁଟ୍‌, ପ୍ରତିବାଦ କରିବାରୁ ଆକ୍ରମଣ : ଘର ମାଲିକ ଗୁରୁତର

Published By : Prameya-News7 Bureau | March 01, 2020 IST

ଅନୁଗୁଳ ୦୧।୦୩ : ଘରେ ପଶି ବନ୍ଧୁକ ଦେଖାଇ ସୁନାଗହଣା ଓ ଟଙ୍କା ଲୁଟି ନେଲେ ଲୁଟେରା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ ଗାଁର ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 ସୂଚନାଯୋଗ୍ୟ ଯେ,  ଶନିବାର  ବିଳମ୍ବିତ ରାତିରେ ୫ରୁ ୬ଜଣ ଲୁଟେରା ପତିତପାବନଙ୍କ ଘରେ ପଶିଥିଲେ। ୫ରୁ ୬ଜଣ ଥିଲେ ଲୁଟେରା ଆସି କଳାକନା ବୁଲାଇଦେଇଛନ୍ତି । ସମସ୍ତେ ମୁଖା ପିନ୍ଧିବା ସହ ହାତରେ ବନ୍ଧୁକ, ଖଣ୍ଡା ଓ ଭୁଜାଲି ଧରିଥିଲେ। ଘରର ବିଦ୍ୟୁତ ଲାଇନ୍ କାଟି ଦେଇଥିଲେ ଓ ଛାତବାଟେ ଘର ଭିତରକୁ ପ୍ରବେଶ କରିଥିଲେ ଲୁଟେରା  । ସେମାନେ ଘରର ସମସ୍ତ ସଦସ୍ୟଙ୍କୁ ବନ୍ଧୁକ, ଖଣ୍ଡା ଦେଖାଇ ଆଲମାରିରେ ଥିବା ସମସ୍ତ ସୁନାଗହଣା ଓ ଟଙ୍କା ନେଇଥିଲେ । ସେମାନେ ପରିବାର ଲୋକଙ୍କୁ ବନ୍ଧୁକ ଓ ଖଣ୍ଡା ଦେଖାଇ 10 ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି । ଲୁଟ ହୋଇଥିବା ସମ୍ପତ୍ତି ଭିତରେ ରହିଛି ନଗଦ 1 ଲକ୍ଷ 20 ହଜାର ଟଙ୍କା ଓ ୯ ଭରି ଓଜନର ସୁନା ଗହଣା।

ମାର୍ଚ୍ଚ ୨୪ରେ ପତିତପାବନଙ୍କ ଝିଅ ବାହାଘର ହେବାକୁ ଦିନ ଧାର୍ଯ୍ୟ ହୋଇଛି। ବାହାଘର ପାଇଁ ପରିବାର ଲୋକେ କିଣିଥିବା ଗହଣା ସବୁକୁ ଲୁଟିନେଇଛନ୍ତି ଦୁର୍ବୁତ୍ତ । ଲୁଟେରାଙ୍କୁ ବିରୋଧ କରିବାକୁ ଯାଇ ପତିତପାବନ ଖଣ୍ଡା ଚୋଟରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପତିତପାବନ ଝିଅ ବାହାଘର ପାଇଁ ୬ ଲକ୍ଷ ଟଙ୍କା, ୩ଟି ସୁନାହାର , ୨ଟାସୁନା ଚେନ୍, ୩ ହଳ କାନଫୁଲ, ୬ଟା ମୁଦି, ୨ଟି ହାର ରଖିଥିଲେ । ସବୁକିଛି ଲୁଟି ନେଇଛନ୍ତି ଲୁଟେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.