ଟ୍ରେନରେ ଯୁବକଙ୍କୁ ନିଶା ଦେଇ ନଗଦ ୨୨ହଜାର ଟଙ୍କା ସହ ମୋବାଇଲ ଲୁଟ୍
31/10/2018 at 11:32 AM

ବାଲେଶ୍ବର ୩୧|୧୦: ଟ୍ରେନରେ ଯୁବକଙ୍କୁ ନିଶା ଦେଇ ଲୁଟ୍ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଅନନ୍ତପୁର ପଚଂ।ୟତ ଛତୁବାଟି ଗ୍ରାମର ଜଣେ ଯୁବକ ଟ୍ରେନରେ ଘରକୁ ଫେରୁଥିବା ସମୟରେ ଟ୍ରେନ ଭିତରେ ତାଙ୍କୁ ନିଶା ଦେଇ ଲୁଟ୍ ହୋଇଛି ।
ସୂଚନା ଅନୁସାରେ ରତ୍ନାକର ମଲ୍ଲିକ ପଶ୍ଚିମବଙ୍ଗର କ୍ଷିଦିରିପୁରରେ ରହି କାମ କରୁଥିଲେ । ଗତକାଲି ହାଓ୍ବଡା ପୁରୀ ଫାଷ୍ଟ ପସେଞ୍ଜରରେ ସେ ଘରକୁ ଫେରୁଥିବା ସମୟରେ ଖଡଗପୁରଠାରେ ଜଣେ ବ୍ୟକ୍ତି ତାଙ୍କୁ ପାନ ଦେଇଥିଲେ । ପାନ ଖାଇସାରିବା ପରେ ଶୋଇପଡିଯିବାରୁ ତାଙ୍କ ପାଖରେ ଥିବା ନଗଦ ୨୨ହଜାର ଟଙ୍କା, ୧ଟି ମୋବାଇଲ ଓ କିଛି ଲୁଗା ନେଇଯାଇଥିଲେ । ଟ୍ରେନରେ ପାଖରେ ବସିଥିବା ଲୋକ ମାନେ ଉଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ ।ପୋଲିସର ତଦନ୍ତ ଜାରି ରଖିଛି ।
Related Posts
ନୟାପଲ୍ଲୀ ଅଞ୍ଚଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
27 February 2021
ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
27 February 2021
କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍
27 February 2021