୨ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

Published By : Prameya-News7 Bureau | January 13, 2021 IST

ଢ଼େଙ୍କାନାଳ୧୩/୧: ମାତିଲେ ଲୁଟେରା। ଦୁଇ ଦୁଇଟି ମନ୍ଦିରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅଞ୍ଚଳରେ ଗୋଟିଏ ଦିନରେ ଦୁଇଟି ଧର୍ମାନୁଷ୍ଠାନକୁ ଲୁଟିଛନ୍ତି ଲୁଟେରା। ଗୋଟିଏ ଦିନରେ ଦୁଇଟି ମନ୍ଦିର ଲୁଟିଲେ ଲୁଟେରା l ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ଜକl

ଗ୍ରାମ ମହିମା ମନ୍ଦିର ଓ କନ୍ତିଓ ପୁଟସାହି ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା l ଜକା ଗ୍ରାମ ଅଲେଖ ମହିମା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ପିତଳ ଝାଡ଼, ପିତଳ ଦୀପ, ପିତଳ ହଣ୍ଡା ସହ ଠାକୁରଙ୍କ ନୀତିକାନ୍ତିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୁତ୍ତ l ସେହିପରି କନ୍ତିଓ ପୁଟସାହି ନୀଳକଣ୍ଠେଶ୍ୱର ଶିବ ମନ୍ଦିରରୁ ମଧ୍ୟ ଦାନବାକ୍ସ, ମା ପାର୍ବତୀ ଙ୍କ ସୁନା ଅଳଙ୍କାର, ସୁନା ଟିକିଲି, ପିତଳ ଘଣ୍ଟା ସମେତ ଲକ୍ଷାଧିକ ଟଙ୍କାର ଆସବାବପାତ୍ର ଲୁଟି ନେଇଛନ୍ତି ଦୁର୍ବୁତ୍ତ l ଘଟଣା  ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରାଙ୍କର କିଛି ସୁରାକ ପାଇଁ ନାହିଁ ପୁଲିସ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.