ଚଳନ୍ତା ବସରେ ଶିକ୍ଷକଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଲୁଟ୍‌: ପାଖ ସିଟ୍‌ରେ ବସିଲେ, ସୁନା ମୁଦି ଏବଂ ନଗଦ ଟଙ୍କା ନେଇ ଚାଲିଗଲେ

Published By : Prameya-News7 Bureau | November 08, 2020 IST

ସାନଖେମୁଣ୍ଡି୮/୧୧: ଚଳନ୍ତା​‌ ବସ୍‌ରେ ଶିକ୍ଷକଙ୍କୁ ନିଶାଦ୍ରବ୍ୟ ଶୁଙ୍ଘାଇ ଲୁଟ୍‌। ରାୟଗଡ଼ା ଜିଲ୍ଲାର ବନ୍ଧୁଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବି . ଶ୍ରୀନିବାସ ରେଡ୍ଡୀ ଠକାମୀର ଶିକାର ହୋଇଛନ୍ତି। ସେ ଗାଡିରେ ଯିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ନିଶା ଶୁଙ୍ଘାଇ ବେହୋସ କରି ଦେଇଥିଲେ। ଏହାପରେ ସେ ପିନ୍ଧିଥିବା ସୁନା ମୁଦି ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ସାନଖେମୁଣ୍ଡି ବ୍ଲକ ତଥା ସଦରଥାନା ଅନ୍ତର୍ଗତ ଗୈାତମୀ ଗ୍ରାମରେ ଶିକ୍ଷକ ଶ୍ରୀନିବାସଙ୍କ ଘର। ମିଳିଥିବା ସୂଚନା ମୁତାବକ, ସେ ଶନିବାର ସକାଳୁ ରାୟଗଡ଼ାରୁ ଏକ ଘରୋଇ ବସରେ ଗାଁ ଯାଉଥିଲେ। ତାଙ୍କ ପାଖ ସିଟ୍‌ରେ ବସିଥିବା ବ୍ୟକ୍ତି ତାଙ୍କୁ ବେହୋସ କରି ସୁନା ମୁଦି ଏବଂ ଟଙ୍କା ଲୁଟି ନେଇଥିଲେ।

 ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ୍ କଲ ରିସିଭ୍‌ କରି ନଥିଲେ। ଯାହାଫଳରେ ସେମାନେ ବାଧ୍ୟ ହୋଇ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରିଥିଲେ । ବସଷ୍ଟାଣ୍ଡରେ ଗାଡି ପହଞ୍ଚିବା ପରେ ବସ୍‌ ଭିତରେ ବେହୋସ ଅବସ୍ଥାରେ ଶ୍ରୀନିବାସ ପଡିଥିବା ପରିବାର ଲୋକେ ଦେଖିଥିଲେ। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.