Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି: ଆଖି ପିଛୁଳାକେ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ପୋଲିସ୍ ଆରମ୍ଭ କଲା ଛାନ୍‌ଭିନ୍

3/11/2020 at 10:32 PM

ରାଇରଙ୍ଗପୁର୩/୧୦: ଦିନ ଦିପହରେ ପେଟ୍ରୋଲ ପମ୍ପରୁ ଲୁଟ୍। ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦାନୀଗୁଡା ଗ୍ରାମରେ ଥିବା ମଲ୍ଲିକ ଫ୍ୟୁଏଲ ପେଟ୍ରୋଲ ପମ୍ପରୁ ଲୁଟ୍ ହେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଆଜି ସନ୍ଧ୍ୟା ବେଳେ ଏକ ବାଇକରେ ଦୁଇଜଣ ବ୍ୟକ୍ତି ପେଟ୍ରୋଲ ପମ୍ପକୁ ଆସିଥିଲେ। ଗାଡିରେ ପେଟ୍ରୋଲ ପକାଇବା ବାହାନାରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ୍‌କୁ ଟାଣି ନେଇଥିଲେ।

କର୍ମଚାରୀ ଜଣକ ପାଟି କରିବାରୁ ଦୁର୍ବୁତ୍ତ ବନ୍ଧୁକରୁ ଗୁଳି ଫୁଟାଇ ଥିଲେ। ଏତିକି ବେଳେ ପେଟ୍ରୋଲ ପମ୍ପ ମାଲିକ ଜାଣି ପାରି ବାହାରକୁ ଆସିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଉପରୁ ମଧ୍ୟ ମିସ୍‌ଫାଇରିଙ୍ଗ କରିଥିଲେ। ପୁଣି ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ। ଉକ୍ତ ବ୍ୟାଗରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି।

ଏହି ଘଟଣା ସଂପର୍କରେ କୋଡ଼ିଙ୍ଗା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ବନ୍ଧୁକରୁ ବାହାରିଥିବା ଗୁଳି ଜବତ କରିଥିଲା। ସେପଟେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି କଡାକଡି ଯାଞ୍ଚ ଚାଲିଥିବା ସୂଚନା ମିଳିଛି। ଏହା ଏକ ନବ ନିର୍ମିତ ପେଟ୍ରୋଲ ପମ୍ପ ହୋଇଥିବାରୁ ଏଠାରେ କୌଣସି ସିସିଟିଭି ନଥିବାରୁ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

   Related Posts