Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ପୋଲିସର ପରିଚୟ ଦେଇ ବୃଦ୍ଧାଙ୍କଠାରୁ ସୁନା ଲୁଟ୍

24/02/2019 at 7:13 PM

ବ୍ରହ୍ମପୁର ୨୪|୨: ଆଜି ପୁଣି ବଡବଜାର ଅଞ୍ଚଳରେ ପୋଲିସର ପରିଚୟ ଦେଇ ଜଣେ ବୃଦ୍ଧା ଙ୍କ ଠାରୁ ୭ ଭରି ସୁନା ଲୁଟ ହୋଇଛି । ଗତ  ୨୦ ଦିନ ମଧ୍ୟରେ ଚାରି ଚାରିଟି ଘଟଣା ଵ୍ରହ୍ମପୁରରେ ଘଟିବା  ପୋଲିସ ପାଇଁ ଚିନ୍ତାର କାରଣ ହୋଇପଡିଛି ।  ଜାନୁଆରୀ ୨୯ରେ ଜୟପ୍ରକାଶ ନଗର ଛକରେ ବୃଦ୍ଧା ମହିଳା ରଜନୀ ପ୍ରଭା ରାଜଗୁରୁଙ୍କୁ ପୋଲିସର ପରିଚୟ ଦେଇ ସୁନା ଅଳଙ୍କାର ଲୁଟ୍ ଉଦ୍ୟମ ହୋଇଥିଲା ।  ଫେବୃଆରୀ ୬ରେ ବିଦ୍ୟାନଗର ଗୀତାଞ୍ଜଳି ପାଣିଗ୍ରାହୀ ଏବଂ ଚାରୁକାଳ ପାଣିଗ୍ରାହୀଙ୍କଠାରୁ ମାର୍କେଟିଙ୍ଗ ପିଲା କହି ଘରେ ପଶି ୪ ତୋଳା ସୁନା ଲୁଟ, ଫେବୃଆରୀ ୧୦ରେ ପୁଣି ଜୟପ୍ରକାଶ ନଗର ଛକରେ ପୋଲିସ ପରିଚୟ ଦେଇ ଅଭିନବ ଉପାୟରେ ରାଜକୁମାରି ପାତ୍ର ଏବଂ ସ୍ୱାମୀ ଭାସ୍କର ପାତ୍ର ଙ୍କଠାରୁ ୭୦ ଗ୍ରାମ ସୁନା ଅଳଙ୍କାର ଲୁଟ୍ ହୋଇଥିଲା ।

ଆଜି ପୁଣି ବଡବଜାର ଥାନା ଅନ୍ତର୍ଗତ ଖାସ୍ପା ସାହି ନିକଟରୁ ପୋଲିସ ର ପରିଚୟ ଦେଇ ଦୁର୍ବୁତ୍ତ ମାନେ  ପାର୍ବତୀ ବେହେରାଙ୍କ ଠାରୁ ୭ତୋଳା ସୁନା ଅଳଙ୍କାର ଲୁଟ୍ କଲେ । କୌଣସି ଘଟଣାରେ ପୋଲିସ ଦୁର୍ବୁତ୍ତ ମାନଙ୍କୁ ଧରିବାରେ ସଫଳ ହୋଇ ନାହାନ୍ତି । ଗୋଟିଏ ପଟେ ସହରର ସମସ୍ତ ପୁରୁଣା ଥାନା ଅଧିକାରୀଙ୍କ ବଦଳି ହୋଇଯାଇଥିବା ବେଳେ ନୂଆ ଅଧିକାରୀ ମାନେ ମାର୍ଚ୍ଚ ୧ ସୁଦ୍ଧା ନିଜ କାର୍ଯ୍ୟରେ ଯୋଗ ଦେବେ । ହେଲେ ମୁଖ୍ୟ କଥା ହେଲା ଦୁର୍ବୁତ ଙ୍କୁ ଧରିବାରେ ନୂଆ ଥାନା ଅଧିକାରୀ ମାନେ କେତେ ସଫଳ ହେବେ ଏବଂ କେତେ ଜଲଦି ଅଭିଯୁକ୍ତ ମାନଙ୍କୁ କାବୁ କରିବେ ତାହା ସହରବାସୀମାନେ ଅନାଇ ବସିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆଉ ୨ ମାସ ଥିବାବେଳେ ପୋଲିସ କିପରି ସହରର ଅପରାଧ, ଲୁଟ ଏବଂ ନିର୍ବାଚନକୁ ସଫଳତାର ସହ ତୁଲାଇବ ତାହା ପୋଲିସ ପାଇଁ ଏକ ମୁଖ୍ୟ   ଚାଲେଞ୍ଜ ସୃଷ୍ଟି କରିଛି ।

ପୂର୍ବରୁ ୨୦୧୮ ଅଗଷ୍ଟ ୧୨ରେ ଖଲ୍ଲିକୋଟ କଲେଜ ନିକଟରେ ପୋଲିସ ପରିଚୟ ଦେଇ ବଜେପି ନେତା କାମନା ପାଢ଼ୀ ଙ୍କ ଧର୍ମ ପତ୍ନୀ ସଂଯୁକ୍ତା ପାଢ଼ୀ ଙ୍କ ଠାରୁ ୨୫ ତୋଳା ସୁନା ଏବଂ ୨୦୧୮ ସେପ୍ଟେମ୍ବର ୨୧ ରେ ଅଯୋଧ୍ୟା ନଗରର ଅନିଲ ପ୍ରଧାନଙ୍କୁ ରାସ୍ତା ପଚାରି ୨ ଲକ୍ଷ ଟଙ୍କା ମେଡିକାଲ ଛକରୁ ଲୁଟ ହୋଇଥିଲା । ପୋଲିସ ଏହି ଘଟଣାରେ ମଧ୍ୟ ଦୁର୍ବୁତଙ୍କୁ ଧରିବାରେ ସଫଳ ହୋଇନାହିଁ । ଅନ୍ୟପଟେ ଏତେ ଘଟଣା ଘଟିଗଲେ ମଧ୍ୟ ସହରବାସୀ ସଚେତନ ନ ହେବା ପୋଲିସର ମୁଣ୍ଡ ବ୍ୟଥାକୁ ଦ୍ୱିଗୁଣିତ କରିଦେଇଛି ।

   Related Posts