Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଥାନା ପାଖରୁ ଲୁଟ୍‌, ରାସ୍ତା ପାଖ ଘରେ ରହୁଥିବା ମହିଳାଙ୍କ ଠାରୁ ଲୁଟିନେଲେ ୭୫ ହଜାର ଟଙ୍କା ସହ ସୁନା ମୁଦି ଏବଂ ହାର

6/07/2021 at 9:34 PM

ଚଣ୍ଡିଖୋଲ, ୦୬/୦୭: ଅସୁରକ୍ଷିତ ଛତିଆ-କଳକଳା ରାସ୍ତା। ବୈରୀ ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ରାତି ଅଧରେ ୫ ଦୃବୁର୍ତ୍ତ ଏକୁଟିଆ ମହିଳାଙ୍କୁ ଧମକାଇ ପିନ୍ଧା କାନଫୁଲ ସହିତ ନଗଦ ୭୫,୫୦୦ ଟଙ୍କା, ସୁନାହାର, ମୁଦି ଲୁଟିନେଲେ ୫ ଦୃବୁର୍ତ୍ତ । ବିଦୁଲତା ସାହୁ(୫୬) ନାମ୍ନୀ ମହିଳା ବୈରୀ ପଞ୍ଚାୟତ ଛତିଆ-କଳକଳା ରାସ୍ତା କଡରେ ଏକ ପୁଅକୁ ନେଇ ବାସ କରନ୍ତି ।

ଗତକାଲି ରାତି ପ୍ରାୟ ୧ଟା ବେଳେ କୁକୁର ଭୂକିବା ଶୁଣି ମହିଳା ବିଦୁଲତା ପଦାକୁ ଆସିବା କ୍ଷଣି ୨ ଜଣ ମହିଳାଙ୍କୁ କାବୁ କରିନେଲେ, ଅନ୍ୟ ମାନେ ଘର ଭିତରକୁ ପଶି ଗଡ୍ରେଜ୍ ଭାଙ୍ଗି ନଗଦ ଟଙ୍କା ଓ ସୁନା ଗହଣା ନେଇ ଥାନା ଦିଗରେ ପଳାଇଗଲେ । ପୁଅ ଚିଣ୍ଟୁ ଅନତି ଦୂରରେ ଦୋକାନ ଘରେ ବିଶ୍ରାମ ନେଉଥିବା ବେଳେ ମା ବିଦୁଲତା ପହଞ୍ଚି ପୁଅକୁ ସବୁ କଥା କହିବା ପରେ ତୁରନ୍ତ ସେ ବୈରୀ ଥାନାରେ ପହଞ୍ଚି ଅବଗତ କରାଇଥିଲେ । ଯଦିଓ ପୋଲିସ୍ ପହଞ୍ଚି ଥିଲେ ମାତ୍ର ସେତେବେଳେକୁ ଦୃବୁର୍ତ୍ତ ଫେରାର୍ ହୋଇଯାଇଥିଲେ । ଥାନା କର୍ମଚାରୀ ସୁବ୍ରତ ସାହୁ ଘଟଣା ଉପରେ ନଜର ରଖିଛନ୍ତି। ତେବେ ବ୍ୟସ୍ତ ବହୁଳ ଛତିଆ-କଳକଳା ରାସ୍ତା କଡରେ ଏପରି ଆତଙ୍କ ରାଜକୁ ସ୍ଥାନୀୟ ଲୋକେ ଗ୍ରହଣ କରିପାରୁନାହାନ୍ତି ।

   Related Posts