Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ମେଡିସିନ ଦୋକାନୀଙ୍କ ବେକରୁ ସୁନାଚେନ୍ ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

4/11/2020 at 8:23 PM

ବାଲିପାଟଣା, ୦୪/୧୧:   ଦିନ ଦୁଇପ୍ରହରରେ ଖୋର୍ଦ୍ଧା ବାଲିଅନ୍ତା ଥାନା ଅଟଳା ଅଂଚଳରେ ଥିବା ଏକ ମେଡିସିନ୍ ଦୋକାନୀଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛି ଲୁଟେରା । ଏହାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି ।

ଲାଲ୍‌ କଲର୍ ହେଲମେଟ୍ ଏବଂ ମାସ୍କ ପିନ୍ଧି ଲୁଟେରା ଜଣକ ମେଡିସିନ ଦୋକନରେ ପ୍ରବେଶ କରି ଦୋକାନୀ ପ୍ରଶନ୍ନ କୁମାର ଦାସଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପରେ ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ଦୋକାନ ସଟରକୁ ବନ୍ଦ କରିଦେଇ ଫେରାର୍ ହୋଇଯାଇଥିଲେ ।

ଆକ୍ରମଣରେ ପ୍ରଶନ୍ନ ଲହୁ ଲୁହାଣ ହୋଇଛନ୍ତି ।ଅଟଳା ସୁରେଖା ବାଟିକା ଅଂଚଳରେ ଘଟିଥିବା ଘଟଣା ସମୟରେ ଅନ୍ୟ ଦୋକାନ ସବୁ ବନ୍ଦ ଥିଲା । ଦୋକାନରେ ଲାଗିଥିବା ଲୁଟ୍ ସମୟର ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ଏଭଳି କାଣ୍ଡ ଘଟାଇଛନ୍ତି । ଏ ନେଇ ପ୍ରଶନ୍ନଙ୍କ  ପୁତ୍ର ପ୍ରିୟଦର୍ଶୀ ଦାସ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

   Related Posts