ସାଲେପୁର ବଡ ମଠରୁ ଲୁଟ୍, ନେଇଗଲେ ବିରଳ ରାଧାକୃଷ୍ଣ ଓ ଆଣ୍ଠୁଆ ଗୋପାଳ ମୂର୍ତ୍ତି

Published By : Prameya-News7 Bureau | September 14, 2021 IST

ସାଲେପୁର, ୧୪।୦୯ : କଟକ ଜିଲ୍ଲା ସାଲେପୁର  ବଡ ମଠରୁ ବହୁ ମୂଲ୍ୟବାନ ମୃତ୍ତି ଚୋରି । ଲଘୁଚାପ ଜନିତ ଲଗାଣ ବର୍ଷାର ସୁଯୋଗ ନେଇ ଲୁଟେରାମାନେ ମୃତ୍ତି ଚୋରି କରିନେଇଛନ୍ତି ।

ଚୋରି ମୂର୍ତ୍ତିର ଦାମ୍ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।  ଏନେଇ ମଠର ପରିଚାଳକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । 

ମଠ ପରିଚାଳକ ହରେକୃଷ୍ଣ ଶାନ୍ତିଙ୍କ ଅଭିଯୋଗ ଅନୁସାରେ, ସାଲେପୁର ଥାନା ମହଣ ପଞ୍ଚାୟତର ପୁରଣ ଗାଁରେ ରହିଛି ବଡ଼ ମଠ । ଲଗାଣ ବର୍ଷାର ସୁଯୋଗ ନେଇ ଚୋରମାନେ ମଠର କବାଟ ଭାଙ୍ଗି ମୂର୍ତ୍ତି ଚୋରି କରି ନେଇଛନ୍ତି। ଚୋରି ସାମଗ୍ରୀ ମଧ୍ୟରେ ବହୁ ପୁରାତନ ମୂଲ୍ୟବାନ  ୮ଟି ବଡ଼ହଳ ରାଧାକୃଷ୍ଣ ଯୁଗଳମୃତ୍ତି, ୨ଟି ଛୋଟହଳ ରାଧାକୃଷ୍ଣ ଯୁଗଳମୃତ୍ତି ଓ ଆଣ୍ଠୁଆ ଗୋପାଳ୨ଟି ମୃତ୍ତି ରହିଛି । ଏହାସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ଚୋରି ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ୍ତି ଚୋରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.