କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଲୁଟିନେଲେ ନଗଦ ଟଙ୍କା

Published By : Prameya-News7 Bureau | September 10, 2021 IST

ପାଟଣା ୧୦।୯: କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଲୁଟି ନେଲେ ଟଙ୍କା । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଝାରବେଡା ଗ୍ରାମରେ ଘଟିଛି ଲୁଟ୍ । ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରର ପଛପଟ ଝରକା ଗ୍ରୀଲ୍ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।  ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":509153,"width":754,"height":415,"sizeSlug":"full","linkDestination":"none"}

ଷଡ଼ଙ୍ଗୀଠାରେ ଥିବା ଏମ୍ କେ ଗାନ୍ଧୀ କଲେଜର ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରୁ ୨ଟି ସୁନା ହାର, ଦୁଇ ହଳ କାନ ଫୁଲ  ୩ଟା ମୁଦି, ୨ଟି ଲକେଟ୍ ଓ  ୫ ହଜାର ନଗଦ ଟଙ୍କା ଲୁଟି ନେଇଥିବାର ଥାନାରେ ଅଭିଯୋଗ ହୋଇଛି। ତୁରୁମୁଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଲୁଟ୍ ଆଦି ବଢିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ରାତ୍ରକାଳୀନ ପାଟ୍ରୋଲିଂକୁ ଜୋରଦାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.