ଗହଣା ବ୍ୟବସାୟୀଙ୍କ ହାତ ଗୋଡ ବାନ୍ଧି ବିଲରେ ଫିଙ୍ଗି ଦୋକାନରୁ ଚୋରୀ କଲେ ଦୁର୍ବୃତ୍ତ

Published By : Prameya-News7 Bureau | December 21, 2018 IST

ସୋର ୨୧|୧୨: ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି । ବାଲେଶ୍ବର ଜିଲ୍ଲା ସୋର-ଅନନ୍ତପୁର ରାସ୍ତାରେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁ୍ଟ୍ କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତିର ଗହମା ବ୍ୟବସାୟୀ ଲକ୍ଷ୍ମୀଧର ସାହୁଙ୍କୁ ଦୋକାନ ବନ୍ଦ କରି ନିଜ ଘରକୁ ଫେରୁଥିବାବେଳେ ବାଇକ୍ ରେ ଆସିଥିବା ୩ ଦୁର୍ବୃତ୍ତ ବାଟରେ ଅଟକାଇ ହତ୍ୟା ଧମକ ଦେଇଥିଲେ । ହାତ ଗୋଡ ବାନ୍ଧି ନିକଟସ୍ଥ ଏକ ବିଲରେ ତାଙ୍କୁ ଫିଙ୍ଗି ଦେଇଥିଲେ । ଏହାପରେ ଡକାୟତମାନେ ତାଙ୍କଠାରୁ ଦୋକାନ ଚାବି ନେଇ ଅନନ୍ତପୁର ବଜାରରେ ଥିବା କ୍ରିଷ୍ଣା ଜୁଏଲାରୀରୁ ଲୁଟ୍ କରି ଫେରାର ହୋଇ ଯାଇଥିଲେ । ଦୋକାନରୁ ୧୦୦ ଗ୍ରାମ୍ ସୁନା ଓ ନଗଦ ୮ ଲକ୍ଷ ଟଙ୍କା ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୋକାନରେ ଲାଗିଥିବା ସିସିଟିଭି ଆଧାରରେ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.