ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
30/11/2018 at 1:35 PM

ବ୍ରହ୍ମପୁର ୩୦|୧୧: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଏଟିଏମରୁ ଲୁଟ୍ ହୋଇଛି । ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ନିକଟରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଏଟିଏମରୁ ଲୁଟ୍ ହୋଇଛି । ଏଟିଏମ୍ ଭାଙ୍ଗି ଦୁର୍ବୁତ୍ତମାନେ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ଘଟଣାସ୍ଥଳରେ ଗୋଳନ୍ଥରା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍ କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ବାରମ୍ବାର ଏଭଳି ଏଟିଏମରୁ ଟଙ୍କା ଲୁଟ୍ ହେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021