କଟକ IIFL ବ୍ୟାଙ୍କ ଲୁଟ୍: ୧୨ କୋଟି ନୁହେଁ, ଲୁଟ୍ ହୋଇଛି ୨୦ କୋଟି,‌ ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଲେ କର୍ତ୍ତୃପକ୍ଷ

Published By : Prameya-News7 Bureau | November 20, 2020 IST

କଟକ୨୦/୧୧: କଟକ IIFL ବ୍ୟାଙ୍କ ଲୁଟ୍‌ ଘଟଣାରେ ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଇଛନ୍ତି IIFL କର୍ତ୍ତୃପକ୍ଷ। ୩୯  କିଲୋ ୫୦୦ ଗ୍ରାମ୍ ସୁନା ଲୁଟ ହୋଇଥିବାର ଅଭିଯୋଗ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ୨୦ କୋଟି ହୋଇଥିବା ସୂଚନା । ସେପଟେ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୋଲିସ । 

ଅଟକ ରଖିଥିବା IIFL  କର୍ମଚାରୀଙ୍କୁ ପଚରାଉଚୁରା ପରେ ଛାଡି ଦେଇଛି ପୋଲିସ । ପୋଲିସ ଆଖ ପାଖ ଦୋକାନରୁ ସିସିଟିଭି ଫୁଟେଜ ନେଇ ଯାଞ୍ଚ କରୁଛି। ଗତକାଲି ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ଆଇ ଆଇ ଏଫ ଏଲ ଶାଖାରୁ ହୋଇଥିଲା ଲୁଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.