Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିଳମ୍ବିତ ରାତିରେ ୩ଟି ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ସୁନା-ରୂପା ଅଳଙ୍କାର ସହ ନଗଦ ଟଙ୍କା

9/11/2021 at 2:45 PM

ସାନଖେମୁଣ୍ଡି ୯।୧୧: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନରସିଂହଗଡ ଗାଁ ମୁଣ୍ଡରେ ଥିବା ୩ଟି ଘରୁ ଚୋରି ଅଭିଯୋଗ । ଘରେ କେହି ନଥିବା ସୁଯୋଗ ନେଇ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘର କବାଟ ଭାଙ୍ଗି ଟଙ୍କା, ସୁନା, ରୂପା ଚୋରି କରି ନେଇଯାଇଥିବା ଜଣାପଡିଛି ।

ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମର ମଦନ ପ୍ରଧାନ, ସନ୍ତୋଷ ନାୟକ, ଦ୍ବିତୀ ପ୍ରଧାନଙ୍କ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ । କାହା ଘର ବାରିପଟରେ ତ ଆଉ କାହା ଉପର ଘର ଦେଇ ଘରେ ପଶି ତାଲା ଭାଙ୍ଗି ଆଲମିରାରେ ଥିବା ସୁନା-ରୂପା ଅଳଙ୍କାର, ଟଙ୍କା ପଇସା ଚୋରି କରି ନେଇଛନ୍ତି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାହି ପଡିଶା ଲୋକଙ୍କୁ ପଚରା ଉଚରା କରୁଛି ।

   Related Posts